ଭାରତର ସବୁଠାରୁ ଫେଭରଟ୍ ଖାଦ୍ୟ ତାଲିକାରେ ନମ୍ବର ୱାନ୍ କିଏ ?
ନୂଆଦିଲ୍ଲୀ: ଖାଦ୍ୟପେୟ ମାମଲାରେ ଭାରତର ରୁଚି ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ । ଆମେ ଦେଶର ଲୋକଙ୍କୁ ଖାଇବାରେ ମଧ୍ୟ ଟ୍ୱିଷ୍ଟ ଦରକାର । କୁହାଯାଏ ଛଅ ଭଜା ସାଙ୍ଗକୁ ନ ତିଅଣ ନହେଲେ ଆମ ଲୋକଙ୍କୁ ଖାଇବା ରୁଚେନି । ଦିନକୁ ଦିନ ପରିସ୍ଥିତି ବଦଳିବା ସହ ଅଧିକ ଆଧୁନିକ ହେଉଛି ସଭ୍ୟ ସମାଜ । ମନ ପସନ୍ଦର ପ୍ରତ୍ୟେକ ଖାଦ୍ୟ ଏବେ ହାତ ମୁଠାରେ । ମୋବାଇଲ ଧର, ଆଉ କିଛି ସେକଣ୍ଡ ମଧ୍ୟରେ ନିଜ ପସନ୍ଦର ଡିସ୍ ଅର୍ଡ଼ର କର । ଯାହା ଏବେ ନିତିଦିନିଆ କଥା । ଏମିତିରେ ଭାରତୀୟମାନେ ଇଣ୍ଡିଆନଙ୍କଠାରୁ ଆରମ୍ଭ କରି ଚାଇନିଜ୍, ମୁଗଲାଇ ଭଳି ପ୍ରତ୍ୟେକ ଖାଦ୍ୟ ଖାଆନ୍ତି । କିନ୍ତୁ ଯଦି ପ୍ରଶ୍ନ କରାଯାଏ ଭାରତୀୟମାନେ ସବୁଠାରୁ ଅଧିକ କେଉଁ ଖାଦ୍ୟ ଖାଆନ୍ତି, କ’ଣ ଉତ୍ତର ପାଇବେ? ବାସ୍ତବରେ ନିକଟରେ ସ୍ୱିଗି ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି । ଯେଉଁଥିରୁ ଜଣାପଡ଼ିଛିଯେ, ଭାରତୀୟମାନେ ସବୁଠାରୁ ଅଧିକ ସିଙ୍ଗଡ଼ା ଖାଇବାକୁ ପସନ୍ଦ କରନ୍ତି ।
ନିକଟରେ ସ୍ୱିଗି ତା’ର ବାର୍ଷିକ ଷ୍ଟାଟିଷ୍ଟକ୍ସ ରିପୋର୍ଟର ଷଷ୍ଠ ସଂସ୍କରଣ ଜାରି କରିଛି । ଏଥିରେ ୨୦୨୧ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଖାଦ୍ୟର ନାଁ ସାମିଲ ରହିଛି । ଆକଳନ ଅନୁସାରେ ୨୦୨୧ରେ ଭାରତୀୟ ପ୍ରତି ମିନିଟରେ ୧୧୫ଟି ବିରିୟାନୀ ପାର୍ସଲ ଅର୍ଡ଼ର କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ବର୍ଷ ଭାରତୀୟ ଏତେ ସିଙ୍ଗଡ଼ା ଖାଇଛନ୍ତି, ଯାହା ନ୍ୟୁଜିଲାଣ୍ଡର ପୂରା ଜନସଂଖ୍ୟାର ଯଥେଷ୍ଟ ଗୁଣା ଅଧିକ । ଖାଲି ସେତିକି ନୁହେଁ ଭାରତୀୟ ଏତେ ଟମାଟୋ ଅର୍ଡର କରିଛନ୍ତି, ଯାହା ସ୍ପେନର ୧୧ ବର୍ଷ ପର୍ଯ୍ୟନ୍ତ ଟୋମାଟିନା ପର୍ବ ପାଳନ କରିହେବ ।
ସ୍ୱିଗି ରିପୋର୍ଟ ଅନୁସାରେ ୨୦୨୧ରେ ସିଙ୍ଗଡ଼ା ଭାରତୀୟଙ୍କର ସବୁଠାରୁ ପ୍ରିୟ ସ୍ନାକ୍ସ ରହିଛି । ସ୍ୱିଗିରୁ ୨୦୨୧ରେ କେବଳ ସିଙ୍ଗଡ଼ା ୫୦ ଲକ୍ଷ ଅର୍ଡ଼ର ହୋଇଛି । ଏହି କଥାରୁ ଆପଣ ଅନୁମାନ କରିପାରୁଥିବେଯେ, ଭାରତରେ ସିଙ୍ଗଡ଼ାର ଲୋକପ୍ରିୟତା କେତେ ।
ଏହାପରେ ରହିଛି ପାଭ୍ଭାଜି ଏବଂ ଗୁଲାବ ଜାମୁନ୍। ୨୧ ଲକ୍ଷ ପାଭ୍ଭାଜି ୨୦୨୧ରେ ସ୍ୱିଗିରୁ ଅର୍ଡର ହୋଇଛି । ଗୁଲାବ ଜାମୁନ୍ମଧ୍ୟ ୨୧ ଲକ୍ଷ ।
ବିରିୟାନୀ ପ୍ରତି ଲୋକଙ୍କ ପ୍ରେମ କହିଲେ ନ ସରେ । ୨୦୨୦ରେ ବିରିୟାନୀ ପ୍ରତି ମିନିଟରେ ୯୦ ଅର୍ଡ଼ର ହେଉଥିଲା । ଯାହା ୨୦୨୧ରେ ୧୧୫ରେ ପହଞ୍ଚିଛି । ତାହା ମଧ୍ୟ ଚିକେନ୍ ବିରିୟାନୀ ।
ଆକଳନ ଏହା ମଧ୍ୟ କହୁଛିଯେ, ରାତିରେ ଭାରତୀୟ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି । ରାତି ୧୦ଟା ପରେ ଚିଜ୍ ଗାର୍ଲିକ୍ ବ୍ରେଡ୍, ପପକର୍ଣ୍ଣ, ଫ୍ରେଂଚ୍ ଫ୍ରାଇଜ୍ ଭଳି ସ୍ନାକ୍ସ ଅର୍ଡର କରୁଛନ୍ତି ।
ଫଳ ଏବଂ ପନିପରିବାରେ ଟମାଟୋ, କଦଳୀ, ପିଆଜ, ଆଳୁ ଏବଂ କଞ୍ଚାଲଙ୍କା ରହିଛି । ପ୍ୟାକେଜ୍ଡ ଫୁଡ୍ ମଧ୍ୟରେ ୨୦୨୧ରେ ସ୍ୱିଗିରେ ଲୋକ କେବଳ ୧୪ ଲକ୍ଷ ପ୍ୟାକେଟ୍ ଇଂଷ୍ଟାଣ୍ଟ୍ ନୁଡୁଲ୍ସ, ୩୧ ଲକ୍ଷ ପ୍ୟାକେଟ୍ ଚକଲେଟ୍ଏବଂ ଆଇସକ୍ରିମ ୨୩ ଲକ୍ଷ ଟବ୍ ଅର୍ଡର ହୋଇଛି ।