spot_img

Latest Posts

କେଉଁ ବ୍ଲଡ୍ ଗ୍ରୁପ୍ ପାଇଁ କରୋନା ଅଧିକ ବିପଜ୍ଜନକ ? ଜାଣନ୍ତୁ…

ସମଗ୍ର ବିଶ୍ୱରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉପରେ ଗବେଷଣା କରାଯାଉଛି । ତେବେ ଏନେଇ ଏକ ନୂତନ ଅନୁସନ୍ଧାନ ପ୍ରକାଶ ପାଇଛି। କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ  କରୋନା ଜୀବାଣୁ ହେବାର ଆଶଙ୍କା ଅଧିକ ଥାଏ ଓ କେଉଁମାନଙ୍କୁ କମ୍ ତାହା ସାମ୍ନାକୁ ଆସିଛି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, A ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନା ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ ।

O ବ୍ଲଡ୍ ଗ୍ରୁପର ଲୋକଙ୍କୁ ଏହି ମାରାତ୍ମକ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା କମ୍ ଥାଏ। ଚାଇନାରୁ କୋଭିଡ -୧୯ କରୋନା ଜୀବାଣୁ ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିଛି। ନିକଟରେ ପ୍ରମାଣ-ଆଧାରିତ ବୈଜ୍ଞାନିକମାନେ ଏକ ଅନୁସନ୍ଧାନ କରିଥିଲେ । ଯେଉଁଥିରୁ ଏହି ୨ଟି ବ୍ଲଡ ଗ୍ରୁପର ଲୋକଙ୍କ ବିଷୟରେ ଜାଣିବାକୁ ମିଳିଛି ।  କରୋନ ଜୀବାଣୁରେ ପୀଡିତ ଲୋକଙ୍କ ବ୍ଲଡ ଗ୍ରୁପ ଉପରେ ନଜର ରଖି ଏହି ଗବେଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ବୈଜ୍ଞାନିକମାନେ କରୋନା ଜୀବାଣୁ ସଂକ୍ରମିତ ୨୧୭୩ ଜଣଙ୍କୁ ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକଙ୍କ ବ୍ଲଡ ଗ୍ରୁପ A ଥିଲା । ଏହା ସହ ପ୍ରାୟ ୫୦ ପ୍ରତିଶତ A ବ୍ଲଡ ଗ୍ରୁପ ଥିବା ଲୋକେ ଅଧିକ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ୨୬ ପ୍ରତିଶତ O ବ୍ଲଡଗ୍ରୁପ ଥିବା ଲୋକେ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଥିଲେ।

Latest Posts

Don't Miss