ଆପଣଙ୍କ Facebook ଡାଟାକୁ ଚୋରୀ କରିଥାଏ ଏହି ଆପ୍, ତୁରନ୍ତ କରନ୍ତୁ ଡିଲିଟ୍

1 min read

ନୂଆଦିଲ୍ଲୀ: ଫଟୋ ଏଡିଟିଂ, ବ୍ୟାଙ୍କିଂ, ସୋସିଆଲ ମିଡ଼ିଆ ସପିଂ ପାଇଁ ଅନେକ ମୋବାଇଲ ଆପ୍ ଉପଲବ୍ଧ ହୋଇଥାଏ । କିନ୍ତୁ ଏହାକୁ ବ୍ୟବହାର କରିବା କେତକାଂଶରେ କ୍ଷତିକାରକ ମଧ୍ୟ ହୋଇଥାଏ । କାରଣ ହ୍ୟାକରସ ଏହାର ଫାଇଦା ଉଠାଇ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ଚୋରୀ କରିବାରେ ସଫଳ ହୋଇଥାନ୍ତି । ସାଧାରଣତଃ ସେମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଆପ୍ ମାଧ୍ୟମରେ ଆପଣଙ୍କ ଡାଟା ଚୋରୀ କରିଥାନ୍ତି । ତେଣୁ ସେମାନଙ୍କର ଲକ୍ଷ୍ୟ ଥାଏ କିଭଳି ସେହି ନିର୍ଦ୍ଧିଷ୍ଟ ଆପକୁ ଅଧିକରୁ ଅଧିକ ମୋବାଇଲରେ  ଇନଷ୍ଟଲ କରିବା । ଏବଂ ଏହି ଆପ୍ ମାଧ୍ୟମରେ ଉପଭୋକ୍ତାଙ୍କର ଡାଟା ଚୋରୀ କରିବା ।  କିଭଳି ଆପ ଗୁଡ଼ିକ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରୀ କରିବାର ଖବର ମଧ୍ୟ ଆସିଥାଏ ।

Russia Ukraine War Facebook Google Twitter Big Tech Companies May Play Important Role

ସୂଚନା ଅନୁସାରେ କ୍ରାଫ୍ଟସଟ କାର୍ଟୁନ ଫୋଟୋ ଟୁଲସ (Craftsart Cartoon Photo Tools) ଆପଣଙ୍କ ଫେସବୁକ ଲଗ୍ ଇନ୍ ଡିଟେଲକୁ ଚୋରୀ କରୁଛି । ଏହି ଆପର ବ୍ୟବହାର ସ୍କାନ୍ କରିବା ସମୟରେ ହୋଇଥାଏ । ଏହି ଆପ୍ ଆପଣଙ୍କ ଲଗଇନ୍ ଆଇଡ଼ି ଏବଂ ପାସୱାର୍ଡ ଆବଶ୍ୟକ କରିଥାଏ । ଆଉ ଏହାପରେ ସେ ଉପଭୋକ୍ତାଙ୍କୁ ଋଷର ସର୍ଭରକୁ ପୁନଃନିର୍ଦ୍ଦେଶ କରେ । ଯେଉଁଠାରେ ଏହା ବ୍ୟକ୍ତିଗତ ଏବଂ ଗୋପନୀୟ ସୂଚନା ଯେପରିକି କ୍ରେଡିଟ୍ କାର୍ଡ ସୂଚନା, ମାସେଜ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ଜିନିଷ ଚୋରୀ କରିନେଇଥାଏ । ଯଦିଓ ଗୁଗୁଲ ଏହି ଆପକୁ ହଟାଇ ଦେଇଛି, କିନ୍ତୁ କୁହାଯାଉଛି ଯେ ଏହା ହଜାର ହଜାର ଉପଭୋକ୍ତାଙ୍କୁ ଟାର୍ଗେଟ କରିଛି ।

Russia Ukraine War Facebook Google Twitter Big Tech Companies May Play Important Role

ଯଦି ଆପଣ ଏହି ଆପକୁ ଇନଷ୍ଟଲ କରିଛନ୍ତି ତେବେ ଆପଣ ତୁରନ୍ତ ଏହାକୁ ଡିଲିଟ କରି ଦିଅନ୍ତୁ । ତେବେ ଏହି ଆପକୁ ଆପଣ କେବଳ ଆଣ୍ଡ୍ରୋଏଡ ଫୋନରୁ ଡିଲିଟ କରିଦେଲେ ହେବନି  । ଆପଣଙ୍କୁ ଫେସବୁକ ଲଗ୍ ଇନ୍ ଡିଟେଲସକୁ ମଧ୍ୟ ଡିଲେଟ କରିବା ଆବଶ୍ୟକ ।

ଗୁଗୁଲ ଅନୁସାରେ, ଏହି ଆପକୁ ୧ଲକ୍ଷରୁ ଅଧିକ ଥର ଇନଷ୍ଟଲ କରାଯାଇଛି । ଏହାର ଅର୍ଥ ହେଉଛି ଏହି ଆପକୁ ଉପଭୋକ୍ତା ମାନେ ଆଜି ମଧ୍ୟ ବ୍ୟବହାର କରୁଛନ୍ତି । ଯଦି ଏହି ଆପଠାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଗୁଗୁଲ ପ୍ଲେ ପ୍ରୋଟେକ୍ଟକୁ ଅନ୍ ରଖନ୍ତୁ  ଏବଂ କୌଣସି ୩ୟ ପାର୍ଟିଠାରୁ ଆପ୍ କୁ ଇନଷ୍ଟଲ କରନ୍ତୁ ନାହିଁ ।