ନଦୀର ଗର୍ଭରେ ଲୀନ ହୋଇପାରେ ୩୦ ଗାଁ

1 min read

ନବରଙ୍ଗପୁର: ଜିଲ୍ଲାବାସୀଙ୍କ ପାଇଁ ଦୁଃଖ ଇନ୍ଦ୍ରାବତୀ ନଦୀ । ପୂର୍ବ ପରି ପୁଣି ଥରେ ଗତି ପରିବର୍ତ୍ତନ କରିଛି ଇନ୍ଦ୍ରାବତୀ । ଫଳରେ ନଦୀ କୂଳିଆ ଗାଁ ଲୋକଙ୍କ ନିଦ ହଜିଯାଇଛି । ପୂର୍ବରୁ ଗତି ପରିବର୍ତ୍ତନ ଯୋଗୁଁ ଜିଲ୍ଲାର ଏକର ଏକର ଚାଷ ଜାମି ନଦୀ ଗର୍ଭରେ ଲୀନ ହୋଇଥିଲା । ଏବେ ସମାନ ସ୍ଥିତି ଉପୁଜି ଥିବାରୁ ଗ୍ରାମବାସୀଙ୍କୁ ଭୟ ଘାରିଛି । କୂଳର ସରୁକ୍ଷା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ଦେଖିବା ନବରଙ୍ଗପୁରର ଦୁଃଖ ହୋୟାଙ୍ଗ ହୋ ।

https://www.facebook.com/NandighoshaTV/videos/1721693904661772

ନବରଙ୍ଗପୁରର ଦୁଃଖ ଇନ୍ଦ୍ରବାତୀ। ହୋୟାଙ୍ଗ ହୋ ଭଳି କରୁଛି ଗତି ପରିବର୍ତ୍ତନ । ଆତଙ୍କିତ ଅବସ୍ଥାରେ ନଦୀକୂଳିଆବାସୀ । ପଦକ୍ଷେପ ନ ନେଲେ ନଦୀ ଗର୍ଭରେ ଲୀନ ହେବ ୩୦ ଗାଁ । ସରକାରଙ୍କ ନିକଟରେ ଗୁହାରୀ କଲେ ଜିଲ୍ଲାବାସୀ । ନବରଙ୍ଗପୁର ଜିଲ୍ଲାବାସୀଙ୍କ ଦୁଃଖ ପାଲଟିଛି ଇନ୍ଦ୍ରାବତୀ ନଦୀ । କଳାହାଣ୍ଡି ଜିଲ୍ଲାରୁ ବାହାରିଥିବା ଏହି ନଦୀ, ଚୀନର ହୋୟାଙ୍ଗ ହୋ ଭଳି ବାରମ୍ବାର ଗତି ପରିବର୍ତ୍ତନ କରିବାରେ ଲାଗିଛି । ଫଳରେ ନବରଙ୍ଗପୁର ଜିଲ୍ଲାର ନଦୀକୂଳିଆ ଗାଁ ପାଇଁ ବିପଦ ସୃଷ୍ଟି ହୋଇଛି । ପୂର୍ବ ନଦୀର ଗତି ପରିବର୍ତ୍ତନ ଯୋଗୁଁ ଏକର ଏକର ଚାଷ ଜାମି ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ପୁନର୍ବାର ଗତି ପରିବର୍ତ୍ତନ ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ । ନଦୀର ବାରମ୍ବାର ସ୍ରୋତ ପରିବର୍ତ୍ତନ କରୁଥିବାରୁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇ ନଦୀକୂଳରେ ପଠର ପ୍ୟାକିଂ କରିଛନ୍ତି । ହେଲେ ଚଳିତ ବର୍ଷ ବନ୍ୟାରେ ଏହା ଧୋଇ ଯିବାରୁ ଗାଁ ଲୋକଙ୍କ ଦୁଃଖ ଯେଉଁ ଭଳି ଭାବେ ଥିଲା ସେହିପରି ରହିଛି । ଫଳରେ ନବରଙ୍ଗପୁର ୮ ଟି ଗାଁ ଆଡକୁ ମାଡି ଆସୁଛି ନଦୀ । ଏନେଇ ସ୍ଥାୟୀ ସମାଧାନ ପାଇଁ ଗୁହାରୀ କରିଛନ୍ତି ଗାଁ ଲୋକେ । ଅପରପକ୍ଷେ ବିଭାଗୀୟ ଅଧିକାରୀ କହିଛନ୍ତି, ଦୁଇଟି ପ୍ରକଳ୍ପ କାମ ଚାଲିଛି ସରିବା ପରେ ଲୋକଙ୍କ ସମସ୍ୟା ସମାଧାନ ହେବ । ତେବେ ଦେଖିବାକୁ ବାକି ରହିଲା ନଦୀକୂଳିଆବାସୀଙ୍କ ଦୁଃଖ କେବେ ସମାଧାନ ହେଉଛି ।

Leave a Reply