spot_img

Latest Posts

କିଛି କ୍ଷଣ ମଧ୍ୟରେ ସରିଗଲା ଟିକେଟ୍‌: ଅପେକ୍ଷା କରି ରହିଥିଲେ ୩୦ ହଜାର ଦର୍ଶକ

ଆସନ୍ତା ୯ ତାରିଖ ବାରବାଟିରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଆଜି ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବାର କିଛି କ୍ଷଣରେ ସରିଗଲା। ଟିକେଟ ବିକ୍ରି ପୂର୍ବରୁ ସର୍ଭର ଜାମ୍ ଦେଖାଯାଇଥିଲା। ବିକ୍ରି ଆରମ୍ଭ ହେବାମାତ୍ରେ ୱେଟିଂ ଲିଷ୍ଟ ଦେଖାଇଥିଲା। କାହାର ୧୦ ହଜାର ତ କାହାର ୨୦ ହଜାର ୱେଟିଂ। ମାତ୍ର କିଛି କ୍ଷଣ ମଧ୍ୟରେ ସବୁ ଟିକେଟ ସରିଯାଇଥିଲା। ଏଥର ଅନଲାଇନରେ ମାତ୍ର ୨ ହଜାର ଟିକେଟ ବିକ୍ରି କରାଯାଇଛି। ୨ଟା ବେଳକୁ ସାଇଟ ଖୋଲିବା କ୍ଷଣି ୩୦ ହଜାର ଦର୍ଶକ ଅପେକ୍ଷା କରିଥିଲେ। ଟିକେଟ ସରିଯିବାରୁ ଅନେକ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି। ସେପଟେ ସୋସିଆଲ ମିଡିଆରେ ମାତିଛନ୍ତି ଟିକେଟ ବ୍ଲାକର। ଅନଲାଇନ୍ ଓ ଅଫଲାଇନ୍ ଟିକେଟ ବିକ୍ରି ହୋଇନଥିବା ବେଳେ ଆଗୁଆ ସୋସିଆଲ ମିଡିଆରେ ଷ୍ଟାଟସ ଦେଇ ଟିକେଟ କଳା ବଜାରୀ ଆରମ୍ଭ କରି ଦେଲେଣି।ମୂଳ ଟିକେଟ ଦରର ପାଖାପାଖି ୫ ଗୁଣା ଦରରେ ଟିକେଟ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଟିକେଟ ବିକ୍ରି ପୂର୍ବରୁ ଏହିଭଳି ସୋସିଆଲ ମିଡିଆରେ ପୋଷ୍ଟ ବର୍ତ୍ତମାନ ସମୟରେ ସନ୍ଦେହ ସୃଷ୍ଟି କରିଛି।

Latest Posts

Don't Miss