କରୋନା ଲଢ଼େଇ, ରାଜଧାନୀର ଅଧା ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି

1 min read

ଭୁବନେଶ୍ୱର: ରାଜ୍ୟରେ କଣ ରହିଛି କରୋନା ସ୍ଥିତି । ସଂକ୍ରମଣ ସହ କେମିତି ଲଢ଼ୁଛି ଓଡ଼ିଶା । ରାଜଧାନୀର କେତେ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି । ଏନେଇ ଆରଏମ୍ଆରଏସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି । କୋଭିଡ୍ ଭୂତାଣୁ ଭାଇରସ୍ ସମ୍ପର୍କରେ କୌଣସି ବ୍ୟକ୍ତି ଆସିଛି କି ନାହିଁ ଜାଣିବାକୁ ଆଣ୍ଟିବଡି ଟେଷ୍ଟ କରାଯାଏ । ଏହି ଟେଷ୍ଟ ତିନି ପ୍ରକାରର- ବ୍ୟକ୍ତିଗତ, ହାଇରିସ୍କ ଗ୍ରୁପ୍ ଓ ଗୋଷ୍ଠୀ ପ୍ରତିରୋଧ (ସେରୋ ସର୍ଭେ) । ICMR ବାଦ୍ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସେରୋ ସର୍ଭେ ଆରମ୍ଭ କରିଥିଲା ।

Third Sero Survey Report Of Bhubaneswar: Antibody Created In 50 Percentage Body

ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୧୧ ଜୁଲାଇରେ ସେରୋ ସର୍ଭେ ହୋଇଥିଲା । କମ୍ୟୁନିଟି ସ୍ତରରେ ୧.୪୨ ପ୍ରତିଶତ ଲୋକ ସଂକ୍ରମଣର ଶିକାର ହୋଇଥିଲେ । ୨୮ ଅଗଷ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା । ୫.୧ ପ୍ରତିଶତଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭା ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ହୋଇଥିଲା । RMRC, ବିଏମସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମରେ ୧୪୦୩ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା ।

ତୃତୀୟ ସେରୋ ସର୍ଭେ ରିପୋର୍ଟ

Third Sero Survey Report Of Bhubaneswar: Antibody Created In 50 Percentage Body

ବିଏମସିର ୨୫ଟି ୱାର୍ଡରେ ସେରୋ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାଯାଇଛି ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଆଣ୍ଟିବଡି ସୃଷ୍ଟି ପାଇଁ ୨ ସପ୍ତାହ ଲାଗେ । ଯେଉଁମାନଙ୍କ ଦେହରେ ୯୦ ପ୍ରତିଶତ ଆଣ୍ଟିବଡି ରହିଛି ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ସଂଗୃହିତ ନମୁନାର ଏକ ତୃତୀୟାଂଶ ଲୋକ କରୋନା ପଜିଟିଭ୍ ଥିଲେ ।

ଆଗକୁ ଚ୍ୟାଲେଞ୍ଜ ?

Third Sero Survey Report Of Bhubaneswar: Antibody Created In 50 Percentage Body

ରାଜଧାନୀରେ ୫୦ ପ୍ରତିଶତ ଲୋକ କରୋନା ଭାଇରସ୍ ସଂକ୍ରମିତ ହୋଇ ନଥିବାରୁ ପୂର୍ବଭଳି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉଚିତ୍ । ଅଗଷ୍ଟରେ ୫ ପ୍ରତିଶତ ଓ ଅକ୍ଟୋବରରେ ୫୦ ପ୍ରତିଶତଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ତେଣୁ ଏବେବି ସାବଧନତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

Leave a Reply