ଅଡୁଆରେ ବଲାଙ୍ଗୀର ପୋଲିସ, ଫାଣ୍ଡିରେ ଥାର୍ଡ ଡିଗ୍ରୀ ଅଭିଯୋଗ

1 min read

ବଲାଙ୍ଗୀର: ପୁଣି ଅଡୁଆରେ ବଲାଙ୍ଗୀର ପୋଲିସ  । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡିରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ବିନା କୌଣସି କାରଣରେ ଫାଣ୍ଡିରେ ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଅଭିଯୋଗ ହୋଇଛି । ପୋଲିସର ନିସ୍ତୁକ ମାଡରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି । ମାଡ ମାରିଥିବା ଫାଣ୍ଡି ଅଧିକାରୀଙ୍କ ନାଁ ସରୋଜ ରଥ । ଗତ 26 ତାରିଖ ଦିନ ଯୁବକଙ୍କୁ ଗାଁ ବଜାରରୁ ଫାଣ୍ଡିକୁ ଉଠାଇ ଆଣିଥିଲା ପୋଲିସ ଫାଣ୍ଡି ବାବୁ କିଛି ନପଚାରି ହଠାତ୍ ରାଗି ଯାଇ ବାଡିରେ ମାଡ ମାରିଥିଲେ ବୋଲି ପୀଡିତ ସୁରେଶ ସାହୁ ବଲାଙ୍ଗୀର ଏସିପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୀଡିତ ଯୁବକକୁ ମେଡିକାଲ ପଠାଯାଇଛି  । ଫାଣ୍ଡି ଅଧିକାରୀ ସରୋଜ ରଥ ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି । ଭିଜିଲାନସ ଜାଲରେ ମଧ୍ଯ ଛନ୍ଦି ହୋଇଥିଲେ ସରୋଜ । ପିଡିତ ଯୁବକ ସୁରେଶ ସାହୁ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ବାରସ୍ତ ହେବା ପରେ ଏସପି ତଦନ୍ତ କରି ସରୋଜ ରଥକୁ ଫାଣ୍ଡିରୁ ବାହାର କରିଥିବା ଜଣାପଡ଼ିଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି I ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଏସ୍ପି ନୀତିନ୍ କୁଶଳକର ସୂଚନା ଦେଇଛନ୍ତି ।