ଏବେ ୩ଥର ଦିଆଯିବ କରୋନା ଟିକା, କୋଭାକ୍ସିନର ‘ବୁଷ୍ଟର ଡୋଜ’କୁ ଅନୁମତି

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମଣ ଧିରେଧିରେ ପୁଣି ବଢୁଥିବା ବେଳେ କୋଭିଡ଼ ଟିକାର ତୃତୀୟ ଡୋଜର ପ୍ରସ୍ତୁତି ଜାରି ରହିଛି । ଯାହାକୁ ବୁଷ୍ଟର ଡୋଜ କୁହାଯାଉଛି । ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ୩ୟ ଡୋଜକୁ ଅନୁମତି ଦେଇଛନ୍ତି ଏକ ଏକ୍ସପର୍ଟ ପାନେଲ୍ । ଖାସ କରି ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ତୃତୀୟ ବୁଷ୍ଟର ଡୋଜ ପ୍ରଦାନ କରାଯିବ ।

Bharat Biotech To Pay Compensation If Covaxin Causes Side Effects

ଏକ୍ସପର୍ଟ ପାନେଲର ସୂଚନା ଅନୁଯାୟୀ  ଭାରତ ବାୟୋଟେକ କୋଭାକ୍ସିନର ୩ୟ ଡୋଜକୁ ସେହି ଭଲ୍ୟୁଣ୍ଟର ମାନଙ୍କୁ ଦେଉ ଯେଉଁମାନେ ଏହାର କ୍ଲିନିକାଲ୍ ଟ୍ରାଏଲର ଅଂଶବିଶେଷ ରହିଥିଲେ । ତେବେ ଭାରତ ବାୟୋଟେକ୍ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ ତୃତୀୟ ଡୋଜ ନେବା ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁ ବର୍ଷ ପାଇଁ ବଢିଯିବ । ଯାହା ପରେ ଏକ୍ସପର୍ଟ ପାନେଲ୍ ବୁଷ୍ଟର ଡୋଜକୁ ଅନୁମତି ଦେଇଛି ।

ଭାରତ ବାୟୋଟେକର ପ୍ରସ୍ତାବ ଉପରେ ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ଅଂଶଗ୍ରହଣ କରିଥିବା ଭଲ୍ୟୁଣ୍ଟରଙ୍କ ଉପରେ ବୁଷ୍ଟର ଡୋଜ ପରୀକ୍ଷା କରାଯାଉ । ଏମାନଙ୍କୁ କୋଭାକ୍ସିନର ୬ ମାଇକ୍ରୋଗ୍ରାମ ର ଦୁଇଟି ଡୋଜ୍ ମିଳିସାରିଛି । ଗତ ବର୍ଷ ସେପ୍ଟେମ୍ବର ବା ଅକ୍ଟୋବରରେ କୋଭାକ୍ସିନର ୨ୟ ଡୋଜ୍ ନେଇଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଆଗେ ଦିଆଯିବ । ଏହାବ୍ୟତୀତ ଏହି ଡୋଜ୍  ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମଧ୍ୟ ନଜର ରଖାଯିବ ।

ଏହାଦ୍ବାରା କରୋନାର ନୂଆ ଭାଇରସରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରାୟ ନ ଥିବା ବେଳେ ନୂଆ ଷ୍ଟ୍ରେନ୍ ମ୍ୟୁଟେସନ ହେବାର ଆଶଙ୍କା ଯଥେଷ୍ଟ କମ୍ । ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ବୁଷ୍ଟର ଡୋଜ୍ ଦେବାକୁ ଏକ୍ପର୍ଟ ପ୍ୟାନେଲ କହିଛି । ବୁଷ୍ଟର ଡୋଜ୍ ନେବା ପରେ ଶରୀରରେ କରୋନା ଭାଇରସ୍ ବିରୋଧରେ ବହୁ ବର୍ଷ ପାଇଁ ଇମ୍ୟୁନୋ ପାଓ୍ବାର ବଢିଯାଉଇବାରୁ ଏହାକୁ ଅନୁମତି ଦେବାକୁ ଭାରତ ବାୟୋଟେକ୍ ପ୍ରସ୍ତାବ ଦେଇଥିଲା।

Leave a Reply