ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱୀକୃତି

1 min read

ମହାରାଷ୍ଟ୍ର: ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ । ମାସ୍କ ସମ୍ପର୍କରେ ଆସିବା ମାତ୍ରେ ଏହି କିଲର ଭାଇରସ୍ ନଷ୍ଟ ହୋଇଯିବ । ପ୍ରଭାବଶୂନ୍ୟ ହୋଇଯିବ ଏହି ମାରାତ୍ମକ ଭୂତାଣୁ । ଏହି ମାସ୍କ ପ୍ରସ୍ତୁତକାରୀ କମ୍ପାନୀ ଥିଙ୍କର ଟେକ୍ନୋଲୋଜି ଅଫ୍ ଇଣ୍ଡିଆ ପକ୍ଷରୁ ଏ ନେଇ ଦାବି କରାଯାଉଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏହାକୁ ସ୍ୱୀକୃତି ଦିଆଯାଇଛି ।

କରୋନା କାରଣରୁ ପୂରା ବିଶ୍ୱ ନୟାନ୍ତ ହେଉଛି । ଏହି ମହାମାରୀଠୁ ବର୍ତ୍ତିବା ପାଇଁ ପ୍ରତିଦିନ ବୈଜ୍ଞାନିକଙ୍କ ଦ୍ୱାରା ନୂଆ ନୂଆ ଆବିଷ୍କାର କରାଯାଉଛି । ଏଭଳି ସମୟରେ ପୁଣେର ଏକ ଷ୍ଟାର୍ଟ ଅପ୍ ଭୂତାଣୁରୁ ବର୍ତ୍ତିବା ପାଇଁ ବିକାଶିତ ଏକ ସ୍ୱତନ୍ତ୍ର ଧରଣ ମାସ୍କ । ଯାହା ୩-ଡି ପ୍ରିଣ୍ଟିଂ ଓ ଫାର୍ମାସୁଟିକାଲକୁ ମିଶାଇ ପ୍ରସ୍ତୁତ କରାଯାଇଛି । ଦାବି କରାଯାଉଛି ଏହି ଫେସ୍ ମାସ୍କ ସମ୍ପର୍କରେ ଆସିବା ପରେ କରୋନା ଭାଇରସ୍ ପ୍ରଭାବଶୂନ୍ୟ ହୋଇଯାଏ ।

ଏହି ମାସ୍କ ଆଣ୍ଟି ଭାଇରସ୍ ଏଜେଣ୍ଟ ଦ୍ୱାରା କୋଟିଂ କରାଯାଇଛି ।  ଆଉ କୋଟିଂର ଟେଷ୍ଟି ମଧ୍ୟ କରାଯାଇଛି । ଯେଉଁଥିରେ SARS-CoV-2କୁ ନିଷ୍କ୍ରିୟ କରୁଥିବା ଦେଖିବାକୁ ମିଳିଥିଲା । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଟେକ୍ନୋଲୋଜି ଡେଫଲପମେଣ୍ଟ ବୋର୍ଡ ପକ୍ଷରୁ କୁହାଯାଉଛି ଯେ, ଏଥିରେ ବ୍ୟବହୃତ ମ୍ୟାଟରିଆଲ୍ ଏକ ସୋଡିୟମ୍ ଅଲେଫିନ୍ ସଲଫେଡ୍ ବେସଡ୍ ମିଶ୍ରଣ, ଯାହା ଏକ ସାବୁନ ପ୍ରସ୍ତୁତକାରୀ ଏଜେଣ୍ଟ । ଯାହା ଭାଇରସ୍ ସମ୍ପର୍କରେ ଆସିବା ମାତ୍ରେ ଭୂତାଣୁକୁ ନଷ୍ଟ କରିଦିଏ । ଡିଏସଟି ପକ୍ଷରୁ କୁହାଯାଇଛି ଯେ, କୋଭିଡ ବିରୋରେ ଲଢ଼ିବା ନେଇ କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମେ ଏହି ପ୍ରଜେକ୍ଟକୁ ପ୍ରସ୍ତୁତ କରାଯାଇଛି । ଅପରପକ୍ଷରେ ଟିଙ୍କର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହି ମାସ୍କର ପେଟେଣ୍ଟ ନେଇ ଆବେଦନ କରିବା ସହ କମର୍ସିଆଲ୍ ସେଲ୍ ପାଇଁ ଉତ୍ପାଦନ ଆରମ୍ଭ କରିଦେଇଛି ।

ଏଥିସହିତ ପଢ଼ନ୍ତୁ: ଭୂତାଣୁର ନୂଆ ରୂପ ଡେଲଟା ପ୍ଳସ୍: ଏଯାଏଁ ଚିହ୍ନଟ ହେଲେଣି ୧୨୭ ରୋଗୀ

Leave a Reply