ଆପଲ ଷ୍ଟୋରରୁ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ଆଇଫୋନ୍

ଓ୍ୱାଶିଂଟନ: ଫିଲ୍ମ ଷ୍ଟାଇଲରେ ଚୋରି । ଆପଲ ଷ୍ଟୋରରୁ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ଆଇଫୋନ୍ । ଘଟଣା ଆମେରିକାର ଓ୍ବାଶିଂଟନ ସିଏଟଲ ସହରର । ଚୋର ପାଖରେ ଥିବା ଏକ କଫି ସପର ବାଥରୁମର କାନ୍ଥ କାଟି ଆପଲ ଷ୍ଟୋରରେ ପଶିଥିଲେ । ଷ୍ଟୋରର ସିକ୍ୟୁରିଟି ସିଷ୍ଟମରୁ ବର୍ତ୍ତିବା ପାଇଁ ଚୋରମାନେ ଏପରି କରିଥିବା ଜଣାପଡ଼ିଛି । ଚୋରମାନେ ଷ୍ଟୋରରୁ ୪୩୬ଟି ଆଇଫୋନ ଚୋରି କରି ନେଇଛନ୍ତି । ଯାହାର ମୂଲ୍ୟ ୫ ଲକ୍ଷ ଡଲାର । ଭାରତୀୟ ଟଙ୍କା ହିସାବରେ ଚୋରି ଆଇଫୋନର ମୂଲ୍ୟ ୪ କୋଟିରୁ ଅଧିକ ହେବ । ଚୋରି ହେବା ପରଦିନ ସକାଳୁ ଘଟଣା ସମ୍ପର୍କରେ ଜଣାପଡ଼ିଥିବା ଷ୍ଟୋରର ସିଜନାଲ ମ୍ୟାନେଜର ଏରିକ ମାର୍କସ କହିଛନ୍ତି । ଚୋରମାନେ ପୂର୍ବରୁ ପ୍ଲାନ କରିଥିବା ବେଳେ ସେମାନଙ୍କ ପାଖରେ ମଲର ଲେଆଉଟ ମଧ୍ୟ ରହିଥିଲା ବୋଲି ମାର୍କସ କହିଛନ୍ତି ।