ଆର୍ଯ୍ୟନଙ୍କ ପାଇଁ ପକେଟମାର୍ ଗ୍ୟାଙ୍ଗ ମାଲାମାଲ୍, ୧୦ ମୋବାଇଲ୍ ଚୋରି

1 min read

ମୁମ୍ବାଇ: କଥାରେ ଅଛି ‘ମୌକେ ପେ ଚୌକା’ । ଏହି ଉକ୍ତିଟି ପକେଟମାରରେ ମାହିର ଲୋକଙ୍କ ପାଇଁ ଏକଦମ ପରଫେକ୍ଟ । ଟିକିଏ ସୁଯୋଗ ପାଇଲେ ଆପଣଙ୍କ ପକେଟ୍ ଖାଲି କରି ଚମ୍ପଟ ମରିବେ । ଏମିତି ସୁଯୋଗ ଆର୍ଥର ରୋଡ ଅଞ୍ଚଳରେ ଏହି ପକେଟମାର୍ ଗ୍ୟାଙ୍ଗକୁ ମିଳିଥିଲା ଆର୍ଯ୍ୟନ ଜେଲରୁ ମୁକୁଳିବା ବେଳେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୦ରୁ ଅଧିକ ମୋବାଇଲ ଗାଏବ କରି ନେଇଛନ୍ତି ପକେଟମାର୍ ।

ଗୁରୁବାର ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ଦେବା ପରେ ଶୁକ୍ରବାର ତାଙ୍କୁ ଜେଲ୍ରୁ ମୁକ୍ତି ମିଳିଯିବ ବୋଲି ସବୁ ଭାବୁଥିଲେ । ଆର୍ଯ୍ୟନଙ୍କୁ ଦେଖିବାକୁ ଗତକାଲିଠାରୁ ଆର୍ଥର ରୋଡ ଜେଲ୍ ବାହାରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ହେଲେ ଆଜି ଆର୍ଯ୍ୟନ ଜେଲରୁ ମୁକୁଳିଛନ୍ତି ।

ଗତକାଲିଠାରୁ ଜେଲ୍ ବାହାରେ ରୁଣ୍ଡ ହୋଇଥିବା ତାଙ୍କ ପ୍ରଶଂସକଙ୍କୁ ଚକମା ଦେବାକୁ ପକେଟମାର ଗ୍ୟାଙ୍ଗ ବି ଭିଡ଼ ଭିତରେ ପ୍ରଶଂସକ ପାଲଟି ଯାଇଥିଲେ । ସୁଯୋଗ ଉଣ୍ଡି ହାତ ସଫେଇ କରିବା ସହ ଗତକାଲିରୁ ଆର୍ଯ୍ୟନ ମୁକୁଳିବା ପର୍ଯ୍ୟନ୍ତ ୧୦ରୁ ଅଧିକ ମୋବାଇଲ୍ ଓ ପର୍ସ ଲୁଟି ଚମ୍ପଟ ମାରିଛନ୍ତି ।

ଅନ୍ୟପକ୍ଷରେ ମନ୍ନତ ଲାଡଲା ଘର ବାହୁଡ଼ାରେ ଖାନ୍ ଫ୍ୟାମିଲି ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ । ମନ୍ନତ ଆଗାରେ ଢୋଲ ବଜାଇ ଆର୍ଯ୍ୟନଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ପ୍ରଶଂସକ । ଖାଲି ସେତିକି ନୁହେଁ, ବି-ଟାଉନରେ ବି ଖୁସି କହିଲେ ନସରେ । ସୋସିଆଲ ମିଡ଼ିଆ ହେଉ କି ଫୋନ କରି, ଆର୍ଯ୍ୟନ ଓ ଶାହରୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫିଲ୍ମ ତାରକା ।

Leave a Reply