spot_img

Latest Posts

କୁଲର ଲଗାଇ ଶୋଇଥିଲେ ପରିବାର ଲୋକ, ଆନାସ୍ଥେସିଆ ସ୍ପ୍ରେ କରି ଘର ଲୁଟିନେଲେ ଚୋର

ଜୟପୁର: ଗତକାଲି ରାତିରେ ରାଜସ୍ଥାନର ଯମୁନାନଗରର ଚୌଧୁରୀ କଲୋନୀରେ ତିନୋଟି ଘରେ ଚୋରି ହୋଇଛି । ଏହି ଘରର ପରିବାର ସଦସ୍ୟମାନେ ରୁମରେ କୁଲର୍ ଲଗାଇ ଶୋଇଥିଲେ । ଚୋର ଅତି ଚତୁରତାର ସହ କୁଲରରେ ନିଶା ମେଡିସିନ ସ୍ପ୍ରେ କରିବା ପରେ ସମସ୍ତେ ତାହା କବଳରେ ଆସିଥିଲେ । ଏହାପରେ ଚୋରଟି ଅତି ସହଜରେ ଘରେ ଚୋରି କରିଥିଲା । ତେବେ କୁଲରେ ନିଶା ମେଡିସିନ ସ୍ପ୍ରେ କରୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଚୋରକୁ ଖୋଜିବା ଆରମ୍ଭ କରିଛି ।

କୁଲର ଲଗାଇ ଶୋଇଥିବା ପରିବାର ଲୋକ କେବେ କଳ୍ପନା ବି କରି ନଥିବେ ଯେ, ଚୋର କୁଲରକୁ ଚୋରିର ସବୁଠାରୁ ବଡ ଅସ୍ତ୍ରରେ ପରିଣତ କରିବେ । ଚୋର ପ୍ରଥମେ କୁଲରରେ ଆନାସ୍ଥେଟିକ୍ ସ୍ପ୍ରେ କଲା, ତାପରେ ଘରର ଭିତରେ ପଶି ଅତି ସହଜରେ ନଗଦ ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଚୋରି କଲା । ଚୋର ଗୋଟିଏ ଘରୁ ୧୧ ହଜାର, ଆଉ ଏକ ଘରୁ ୧୭ ହଜାର ଟଙ୍କା ଚୋରି କରିନେଇଗଲେ ।

ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି ଯେ ଚୌଧୁରୀ କଲୋନୀରେ ଚୋରି ଘଟଣା ଘଟିଥିବାର ଅଭିଯୋଗ ଆସିଛି, ସିସିଟିଭି ଫୁଟେଜ ପାଖରେ ଅଛି ଏବଂ ତଦନ୍ତ ଚାଲିଛି। ସମସ୍ତ ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ସେମାନେ ସକାଳୁ ଉଠିଲେ, ସେତେବେଳେ ତାଙ୍କର ମୁଣ୍ଡବିନ୍ଧା ହୋଇଥିଲା, ତେଣୁ ସମସ୍ତଙ୍କର ଚିକିତ୍ସା ମଧ୍ୟ କରାଯିବ ।

Latest Posts

Don't Miss