ଚୋରି ବେଳେ ଧରାପଡ଼ି ଯିବାରୁ ନିଆଁ ଲଗାଇ ଦେଲା ଚୋର
1 min read
ବଲାଙ୍ଗିର: ଆପଣ ଅନେକ ଚୋରି ଘଟଣା ଶୁଣିଥିବେ । ଅନେକ ସମୟରେ ଚୋର ଧରାପଡ଼ି ଛେଚା ଖାଇଥିବା ଦେଖିଥିବେ । ହେଲେ ବଲାଙ୍ଗିରରେ ଘଟିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ଚୋର ଏମିତି କାଣ୍ଡ କରିଛି ଯାହା ଶୁଣିଲେ ଆପଣଙ୍କ ହୃତସ୍ପନ୍ଦନ ବି ବଢ଼ିଯିବ । ପ୍ରବଳ ଶୀତରେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ । ଦେହରେ ଆସିଯିବ ସତସିଂହର ବଳ । ଆପଣ ବି ଶୀତ, କାକର ରାତିରେ ବାହାରି ପଡ଼ିବେ ଚୋରକୁ ଧରିବାକୁ ।

ବଲାଙ୍ଗିର ତୁଳସୀ ନଗର ପଡ଼ାରେ ଚୋରି କରିବାକୁ ଆସି ଅଜବ କାଣ୍ଡ ଘଟାଇଛି ଡକାୟତ । ଚୋରି କରୁଥିବା ବେଳେ ଘର ମାଲିକ ଆସିଯିବାରୁ ଧର ପଡ଼ିଯିବା ଭୟରେ ଘରେ ନିଆଁ ଲଗାଇ ଦେଇଥିଲା ଡକାୟତ ଜଣଙ୍କ । ପରେ ଖବର ପାଇ ଟାଉନ୍ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପପଞ୍ଚି ନିଆଁକୁ ଆୟତ୍ତ କରିବା ସହ ଚୋରକୁ କାବୁ କରିଛନ୍ତି । ଚୋର ଜଣକ ହେଲେ ମାଲପଡ଼ାର ମନୋରଞ୍ଜନ ଦାସ । ଏନେଇ ଟାଉନ ଥାନାରେ ଘର ମାଲିକ ବିରାଟ କେଶରୀ ପ୍ରଧାନ ଏତଲା ଦେଇଛନ୍ତି ।