ବରଯାତ୍ରୀ ହୋଇ ଆସିଲେ, କନିଆ ଗହଣା ଚୋରି କରିବା ବେଳେ ଧରା ପଡ଼ିଗଲେ

ଆନନ୍ଦପୁର: ପୁଣି ଥରେ ବିବାହ ମଣ୍ଡପ ଚୋରଙ୍କ ଟାର୍ଗେଟରେ । ବିବାହ ଉତ୍ସବ ବେଳେ ବରଯାତ୍ରୀ ହୋଇ ଭଦ୍ରବ୍ୟକ୍ତିଙ୍କ ପରି ଆସିଲେ । ସୁଯୋଗ ଉଣ୍ଡି କନିଆର ସମସ୍ତ ଗହଣା ଓ ମୋବାଇଲ ଲୁଟି ଚମ୍ପଟ ମାରିଲେ । ହେଲେ ଭାଗ୍ୟ ଥିଲା ଖରାପ । ଚୋରି କରି ଫେରାର ହେଉଥିବା ବେଳେ ମାଡ଼ି ବସିଲେ ଉତ୍ସବରେ ଉପସ୍ଥିତ ଅନ୍ୟ ଲୋକମାନେ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କେଶଦୁରାପାଳ ଗାଁରେ । ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି କନିଆର ପରିବାର ଲୋକେ ।

ସୂଚନାଯୋଗ୍ୟ, ଗାଁର ବଳରାମ ଆଚାର୍ଯ୍ୟଙ୍କ ଝିଅ ବାହାଘର ହେଉଥିଲା । ଯଥା ସମୟରେ ବରଯାତ୍ରୀଙ୍କ ସହ ବର ଆସି ପହଞ୍ଚିଥିଲା । ତେବେ ବରଯାତ୍ରୀଙ୍କ ସହ ଭଦ୍ରଲୋକଙ୍କ ବେଶରେ ଆସିଥିଲା ଚୋର । ସମସ୍ତେ ବାହାଘର କାମରେ ବ୍ୟସ୍ଥ ଥିବା ବେଳେ ବିଳମ୍ବିତ ରାତିରେ ସୁଯୋଗ ଦେଖି କନିଆର ଗହଣା ସମେତ ମୋବାଇଲକୁ ଚୋରି କରି ନେଇଥିଲା । କନିଆ ଘଣ ଲୋକେ ଏହା ଦେଖି ଲୁଟେରାକୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କରି ପଚରାଉଚରା ଚଳାଇଛି ।