ଘରେ ପସିଥିଲେ ଚୋର, ଧରା ପକାଇଲେ ଗର୍ଭବତୀ ବୋହୂ

କେନ୍ଦ୍ରାପଡ଼ା: ଚୋର ଧରାଇଲେ ସାହସୀ ବୋହୂ । ବନ୍ଧୁକ ଧାରୀ ଡକାୟତଙ୍କୁ ସାମ୍ନାକଲେ ଗର୍ଭବତୀ ବୋହୂ । ରାତି ଅଧର ଘରେ ପଶିଲେ ଡକାୟତ । ଗୁଳି ଫୁଟାଇଲେ, ଘର ମାଲିକ ଓ ସ୍ତ୍ରି ଙ୍କୁ ନିସ୍ତୁକ ମାଡ଼ ମାରିଲେ, ସୁନା ଗହଣାକୁ ଲୁଟ୍ ପାଇଁ ଉଦ୍ୟମ କଲେ ୬ ଡକାୟତ । ହେଲେ ଏହି ସମୟରେ ୭ ମାସର ଗର୍ଭବତୀ ଥିବା ସାନବୋହୁ ଅପ୍ରମୟୀ ସ୍ୱାଇଁ ବୁଦ୍ଧି ପ୍ରୟୋଗ କରି ଡକାୟତଙ୍କ କବଳରୁ ଖସିଗଲେ । ପରେ ଘର ଖଟ ତଳେ ପସି ସମ୍ପର୍କୀୟଙ୍କୁ ଫୋନ କରିଥିଲେ ।

ଫୋନ୍ ପାଇ ସଙ୍ଗେ ସଙ୍ଗେ ଘର ନିକଟରେ ପହଞ୍ଚିଯାଇଥିଲେ ସମ୍ପର୍କୀୟ ଓ ଗ୍ରାମବାସୀ । ଖସିଯିବା ବେଳେ ଦୁଇ ଜଣ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ଏହି ଦୁଇ ଜଣ ଡକାୟତଙ୍କୁ ପଚରାଉଚରା ବେଳେ ୧୮ ଜଣିଆ ଅନ୍ତରାଜ୍ୟ ଡ଼କାୟତଙ୍କ ଏକ ବଡ଼ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ଥାନା କାକଟପୁର ଗାଁରେ ଘଟିଛି ଏହି ଘଟଣା । କାର୍ତ୍ତିକ ସ୍ବାଇଁଙ୍କ ଘରେ ରାତି ଗୋଟାଏରେ ପଶିଥିଲେ ଡ଼କାୟତ ।

ତେବେ ଏହି ଦୁଇ ଡକାୟତଙ୍କୁ ଧରାଇବାରେ ମୁଖ୍ୟ ଭୂମିକା ଥିବା ଅପ୍ରମୟୀ ସ୍ବାଇଁଙ୍କୁ ସବୁଠି ପ୍ରଶଂସା କରାଯାଇଛି । ତେବେ ଏହି ଡକାୟତମାନଙ୍କ ନାଁରେ ରାଜ୍ୟ ତଥା ରାଜ୍ୟ ବାହାରେ ୧୦୦ ରୁ ଅଧିକ ମାମଲା ଥିବା ଜଣାପଡିଛି । ଏମାନଙ୍କ ନିକଟରୁ ହନୁମାନ ପଇସା ସମେତ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।