spot_img

Latest Posts

ଦୁନିଆର ଅଧା ଲୋକଙ୍କ ସମ୍ପତ୍ତି ଠାରୁ ଅଧିକ ଧନୀ ଅଟନ୍ତି ଏହି ୧୨ ଜଣ ବ୍ୟକ୍ତି

ଦୁନିଆର ଅରବପତିଙ୍କ ସଂଖ୍ୟାରେ ୨୦୨୫ ବର୍ଷରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ଚ୍ୟାରିଟି ଅର୍ଗାନାଇଜେସନ ଅକ୍ସଫେମର ଏକ ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ପ୍ରଥମ ଥର ଦୁନିଆରେ ଅରବପତିଙ୍କ ସଂଖ୍ୟା ୩ ହଜାର ପାର କରିଛି । ଡାଭୋସରେ ବିଶ୍ବ ଅର୍ଥନୈତିକ ଫୋରମର ଶୁଭାରମ୍ଭ ହେବାର ଠିକ୍ ପୂର୍ବରୁ ଏହି ରିପୋର୍ଟ ଆସିଛି । ୨୦୨୫ରେ ଦୁନିଆରେ ଅରବପତିଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଥିବା କୁହାଯାଇଛି । ଅରବପତିଙ୍କ ମୋଟ ସମ୍ପତ୍ତି ବଢ଼ି ୧୮.୩ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇି । ଆମେରିକାର ଅରବପତିଙ୍କ ସମ୍ପତ୍ତି ସବୁଠାରୁ ଅଧିକ ବଢ଼ିଥିଲା । ଦୁନିଆର ଅନ୍ୟ ଭାଗରେ ମଧ୍ୟ ଅରବପତିଙ୍କ ସମ୍ପତ୍ତିରେ ଡବଲ ଡିଜିଟରେ ବୃଦ୍ଧି ହୋଇଥିଲା । ଓ୍ବାର୍ଲ୍ଡ ଇନଇକ୍ବାଲିଟି ଡେଟାବେସ ଠାରୁ ଆରମ୍ଭ କରି ଫୋବର୍ସର ଧନୀଙ୍କ ଲିଷ୍ଟ ପର୍ଯ୍ୟନ୍ତ ଏକାଡେମିକ ରିସର୍ଚ୍ଚ ଓ ଡେଟା ସୋର୍ସ ଉପରେ ଏହି ରିପୋର୍ଟ ଆଧାରିତ ଥିଲା ।

ଗ୍ଲୋବାଲ ଅରବପତିଙ୍କ ସମ୍ପତ୍ତି ୧୬ ପ୍ରତିଶତ ବଢ଼ି ୧୮.୩ ଟ୍ରିଲିୟନ ଡଲାର ହୋଇଯାଇଥିଲା । ତାହା ୨୦୨୦ ପର ଠାରୁ ୮୧ ପ୍ରତିଶତ ବା ୮.୨ ଟ୍ରିଲିୟନ ଡଲାର ଅଧିକ । ଦୁନିଆର ୧୨ ସବୁଠାରୁ ଧନୀ ଲୋକଙ୍କ ପାଖରେ ଯେତେ ସମ୍ପତ୍ତି ରହିଛି, ଦୁନିଆର ଅଧା ଜନସଂଖ୍ୟା ପାଖରେ ବା ୪ ଅରବ ଲୋକଙ୍କ ପାଖରେ ସେତିକି ସମ୍ପତ୍ତି ନାହିଁ ।

 

Latest Posts

Don't Miss