spot_img

Latest Posts

ଭାରତରେ ବନ୍ଦ ହେବ ଟିକ୍ ଟକର ଏହି ୨ଟି ଭିଡିଓ ଆପ୍, ଜାଣନ୍ତୁ

ନୂଆଦିଲ୍ଲୀ: ଟିକଟକ୍ ର ପ୍ୟାରେଣ୍ଟ କମ୍ପାନୀ ବାଇଟ୍ ଡାନ୍ସ(ByteDance) ଭାରତରେ ୨ଟି ଲୋକପ୍ରିୟ ଭିଡିଓ ଆପ୍ ବନ୍ଦ କରିବାକୁ ଯାଉଛି । ବାଇଟ୍ ଡାନ୍ସ ଭିଗୋ ଭିଡିଓ(Vigo Video) ଓ ଭିଗୋ ଲାଇଟ୍ (Vigo Lite) ଆପ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଗତ କାଲି କମ୍ପାନୀ ଭିଗୋ ଭିଡିଓ ସାଇଟରେ ଏକ ପୋଷ୍ଟ କରିଛି । ଚଳିତ ବର୍ଷ ଅକ୍ଟୋବର ଶେଷରେ ଏହି ଦୁଇଟି ଆପ୍ ବନ୍ଦ କରିବା ନେଇ ଘୋଷଣା କରାଯାଇଛି।

ରିପୋର୍ଟ ଅନୁସାରେ ଏହି ଦୁଇଟି ଆପ ବନ୍ଦ କରିବା ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଆପ୍ ବନ୍ଦ ହେବା ପୂର୍ବରୁ ଭିଗୋ ୟୁଜର୍ସ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଟିକ ଟକ୍ ରେ ସେମାନଙ୍କର ଭିଡିଓ ଏକ୍ସପୋର୍ଟ କରିପାରିବେ । ଏହି ୨ଟି ଆପ୍ ବାଇଟ୍ ଡାନ୍ସର ସବୁଠୁ ଲୋକପ୍ରିୟ ଆପ୍ । ଟିକଟକ୍ ଭଳି ଭିଗୋ ଭିଡିଓ ଓ ଭିଗୋ ଲାଇଟ୍ ସର୍ଟ ଭିଡିଓ ଆପ୍ । ଏହି ୨ଟି ଭିଡିଓରେ ଲିପ୍ ସିଂଗିଂ ଦ୍ୱାରା ୟୁଜର୍ସ ଭିଡିଓ କରନ୍ତି ।

ଟେକ୍ କ୍ରଞ୍ଚ ଡାଟା ଅନୁସାରେ ଭାରତରେ ୨୦ କୋଟିରୁ ଅଧିକ ଲୋକେ ଟିକଟକ୍ ବ୍ୟବହାର କରନ୍ତି । ଅପରପକ୍ଷରେ ଭାରତରେ ଭିଗୋ ଭିଡିଓର ପାଖାପାଖି ୪୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ ଅଛନ୍ତି । ସେହିଭଳି ଭିଗୋ ଲାଇଟ୍ ର ଭାରତରେ ୧୫ ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି । କିଛି ଦିନ ପୂର୍ବରୁ ବାଇଟ୍ ଡାନ୍ସ କହିଥିଲା ଯେ, ଭାରତରେ ଭିଗୋ ଆପ୍ ର ବହୁତ ବଡ ବ୍ୟବସାୟ ଅଛି ।

ଏହି ୨ଟି ଭିଡିଓ ଆପ୍ ୨୦୧୭ ମସିହାରେ ଲଞ୍ଚ ହୋଇଥିଲା । ଏହି ପ୍ଲାଟଫର୍ମରେ ୧୫ ସେକେଣ୍ଡର ଭିଡିଓ କରାଯାଇପାରିବ । ଏହି ଆପ୍ ରେ ବିଭିନ୍ନ ପ୍ରକାରର ଡାନ୍ସ, ଫୁଡ ଷ୍ଟଣ୍ଟ, ବ୍ୟୁଟି, ଆର୍ଟ, କମେଡି, ମ୍ୟୁଜିକ୍ ଭଳି ଆପ୍ସ ତିଆରି କରାଯାଇପାରିବ । ଏହି ଦୁଇଟି ଆପ୍ କେବଳ ଭାରତ ନୁହେଁ ବରଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବେଶ ଲୋକପ୍ରିୟ । ସୂଚନାଯୋଗ୍ୟ ଯେ, ବ୍ରାଜିଲ ଓ ମିଡିଲ ଇଷ୍ଟରେ ଏହି ଆପ୍ ବନ୍ଦ ହୋଇସାରିଛି । ଏବେ ଭାରତରେ ମଧ୍ୟ ବନ୍ଦ ହେବ ।

 

Latest Posts

Don't Miss