ଏହି ୪୭ କାରଣ, ଯେଉଁଥିପାଇଁ ଲୋକେ ହୋଇପାରନ୍ତି ନାହିଁ କୋଟିପତି
1 min readପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି । ଆର୍ଥିକବସ୍ଥା ଭଲ ରହିବା ନେଇ ସମସ୍ତେ ଚିନ୍ତା କରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ସତ୍ତ୍ୱେ କିଛିଟା ଜିନିଷ ଯୋଗୁଁ ଟଙ୍କା ଖର୍ଚ୍ଚ ହୋଇଯାଏ । ଅନେକ ଚେଷ୍ଟା ପରେ ମଧ୍ୟ କିଛି ଲୋକ ଟଙ୍କା ଜମା କରିବାରେ ସଫଳ ହୁଅନ୍ତି ନାହିଁ । ତେବେ ତାଙ୍କର ବିଫଳତାର କାରଣ କ’ଣ ଏହା ଜାଣିବା ଜରୁରୀ । କେବଳ ଯେ ରାଶି ଅନୁସାରେ ଧନଲାଭ ହୁଏ ତାହା ଭୁଲ । ଏହାର ଦୁଇଟି କାରଣ ରହିଛି, ପ୍ରଥମଟି ହେଉଛି ମଣିଷର ଅଧା ଥିବା କର୍ମ ଓ ଅନ୍ୟଟି ହେଉଛି ଭାଗ୍ୟ । କିନ୍ତୁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନ୍ୟ କେତେକ କାରଣ ମଧ୍ୟରହିଛି । ତେବେ ଏହି କାରଣ ଗୁଡିକ କଣ ଜାଣନ୍ତୁ ।
୧- ଘରେ ଭଙ୍ଗା ଜିନିଷ ରହିବା ଅନୁଚିତ୍ ।
୨- ଘରେ ବୁଢିଆଣି ଜାଲ ରହିବା ଅଶୁଭ ବୋଲି କୁହାଯାଏ ।
୩- ଘରେ ପାରା ଭାଡି ରହିଲେ ଟଙ୍କା ସଞ୍ଚୟ ହୁଏ ନାହିଁ ।
୪- ବିଦ୍ୟୁତ୍ ତାର ଘରେ ଓହଳିକି ରହିବା ଅନୁଚିତ୍ ।
୫- ଘର ଭିତରେ ପୋଷାକ ଶୁଖାଇବା ଅଶୁଭ ବୋଲି ବିଶ୍ୱାସ ରହିଛି ।
୬- କାନ୍ଥରେ ବନ୍ଦଘଣ୍ଟା ରହିବା ଅନୁଚିତ ।
୭- ଘରେ ନକରାତ୍ମକ ଜିନିଷ ରହିବା ଯେମିତି କି ବୁଡିଯାଉଥିବା ଡଙ୍ଗା, ତାଜମହଲ ରହିବା ଅଶୁଭ ।
୮- ପୁରୁଣା, ଚିରା ପୋଷାକ ଘରେ ରହିବା ଅନୁଚିତ୍ ।
୯- କଣ୍ଟା ଥିବା ଗଛ ବା ଶୋ’ ପ୍ଲାଣ୍ଟ ଭଳି ଜିନିଷ ଘରେ ରହିବା ଅଶୁଭ ବୋଲି କୁହାଯାଏ ।
୧୦- ତମ୍ବାକୁ, ସିଗରେଟ୍, ମଦ ଘରେ ରହିବା ଅନୁଚିତ୍ ।
୧୧- ଶରୀରରକୁ ପରିସ୍କାର ରଖିବା ଜରୁରୀ ।
୧୨- ସନ୍ଧ୍ୟା ସମୟରେ ନକରାତ୍ମକ ଚିନ୍ତା କରିବା ଅନୁଚିତ୍ ।
୧୩- କ୍ରୋଧଠୁ ଦୁରେଇ ରହିବା ଜରୁରୀ ।
୧୪- ଜୀବନରେ ମିଛ କହିବା ଓ ଧୋକା ଦେବା ଅନୁଚିତ ।
୧୫- ସ୍ତ୍ରୀ, ବୃଦ୍ଧ, ଶିଶୁ, ପଶୁ ଏବଂ ପକ୍ଷୀମାନଙ୍କୁ ହଇରାଣ କରିବା ଅନୁଚିତ୍ ।
୧୬- ରୋଷେଇ ଘର ନିକଟରେ ପରିସ୍ରା କରିବା ଅଶୁଭ ବୋଲି ବିଶ୍ୱାସ ରହିଛି ।
୧୭- ବାମ ଗୋଡରେ ପ୍ୟାଣ୍ଟ ପିନ୍ଧିବା ଅନୁଚିତ୍ ।
୧୮- ଅତିଥି ମାନଙ୍କୁ ଅସମ୍ମାନ କରିବା ଅନୁଚିତ୍ ।
୧୯- ଦାନ୍ତରେ ନଖ କାଟିବା ଅନୁଚିତ୍ ।
୨୦- ମହିଳାମାନେ ଠିଆ ହୋଇ କେଶ ବାନ୍ଧିବା ଅଶୁଭ ।
୨୧- ଚିରା ପୋଷାକ ପିନ୍ଧିବା ଅନୁଚିତ୍ ।
୨୨- ଗଛ ତଳେ ଠିଆ ହୋଇ ପରିସ୍ରା କରିବା ଅନୁଚିତ ।
୨୩- ମନ୍ଦିରରେ କଥାବାର୍ତ୍ତା କରିବା ଅଶୁଭ ।
୨୪- ମଶାଣିରେ ହସିବା ଅନୁଚିତ ।
୨୫- କାହାର ଦାରିଦ୍ର୍ୟ ଏବଂ ଅସହାୟତାକୁ ପରିହାସ କରିବା ଅନୁଚିତ ।
୨୬- ଅଗାଧୁଆ ଧର୍ମଗ୍ରନ୍ଥ ପଢିବା ଅଶୁଭ ।
୨୭- ଦୁଆରରେ ବସିବା କିମ୍ବା ଠିଆ ହେବା ଅନୁଚିତ ।
୨୮- ରସୁଣ କିମ୍ବା ପିଆଜ ଚୋପା ଜାଳିବା ଅଶୁଭ ।
୨୯- ହାତ ନଧୋଇ ଖାଦ୍ୟ ଖାଇବା ଅନୁଚିତ ।
୩୦- ଜୋତା ଓଲଟା ପଡିଥିଲେ ତାହା ସିଧା କରିବା ଜରୁରୀ ।
୩୧- ମୁହଁ ଲଗାଇ ପାଣି ପିଇବା ଅଶୁଭ ।
୩୩- ପୋଖରୀ କୂଳରେ ପରିସ୍ରା କରିବା ଅନୁଚିତ୍ ।
୩୪- ଗୋମାତାଙ୍କୁ ଗୋଇଠା ମାରିବା ଅଶୁଭ।
୩୫- ମଧ୍ୟରାତ୍ରିରେ ଖାଦ୍ୟ ଖାଇବା ।
୩୬- ଶୋଇବା ଖଟ ପରିସ୍କାର ରହିବା ଉଚିତ ।
୩୭- ଧର୍ମର ପରିହାସ କରିବା କିମ୍ବା ଅପମାନ କରିବା ଅଶୁଭ ।
୩୮- ଖାଦ୍ୟ ପ୍ଲେଟରେ ହାତ ଧୋଇବା ଅନୁଚିତ୍ ।
୩୯- ରାତିରେ ରଷେଇ ଘର ସଫା କରି ଶୋଇବା ଜରୁରୀ ।
୪୦- ଭୋକିଲା ଥିବା ଲୋକଙ୍କୁ ଖାଦ୍ୟ ନଦେବା ଅଶୁଭ ।
୪୧- ଭୋଜନ ପୂର୍ବରୁ ଦେବତାମାନଙ୍କୁ ପୂଜା କରିବା ଜରୁରୀ ।
୪୨- ରାତିରେ ଚାଉଳ, ଦହି ଖାଇବା ଅନୁଚିତ ।
୪୩- ଦକ୍ଷିଣମୁହାଁ ହୋଇ ଖାଦ୍ୟ ଖାଇବା ଅନୁଚିତ୍ ।
୪୪- ସକାଳେ ମୁହଁ ନଧୋଇ ପାଣି ପିଇବା ଅନୁଚିତ ।
୪୫- ଘରେ ଟ୍ୟାପ୍ ଇତ୍ୟାଦିରୁ ପାଣି ପିଇବା ଅନୁଚିତ ।
୪୬- ବାରମ୍ବାର ଛେପ ପକାଇବା, କିମ୍ବା ଜୋର କାଶିବା ଅଭ୍ୟାସ ଭଲ ହୋଇନଥାଏ ।
୪୭- ପାଦ ଘୋଷାଡି ଘୋଷାଡି ଚାଲିବା ଅଶୁଭ ।