spot_img

Latest Posts

ସମୁଦ୍ର ଭିତରେ ରହିଛି କି ’ଏଲିୟନ୍ସ’ଙ୍କ ଦୁନିଆ?

ଆଜିବି ଅଧିକାଂଶ ସାମୁଦ୍ରିକ ଜୀବ ଗଭୀର ମହାସାଗର ଭିତରେ ରହୁଛନ୍ତି । ଯାହା ସହ ମଣିଷ ସମାଜ ଅପରିଚିତ | ସମୁଦ୍ର ତଳେ ଥିବା ଜୀବନ ଏକ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ପରି । ଅଜବଗଜବ ଜୀବରେ ଭରପୂର ମହାସାଗର, ଯେଉଁ ଜୀବ ଗୁଡିକ ଚଳଚ୍ଚିତ୍ରରେ ଦେଖାଯାଉଥିବା ଏଲିଏନ୍ ପରି ଦେଖାଯାନ୍ତି । ଏହି ଜୀବମାନଙ୍କ ମଧ୍ୟରୁ ଅଧିକାଂଶ ଗଭୀର ସମୁଦ୍ର ତଳେ ରହିଥାନ୍ତି କିନ୍ତୁ ବେଳେବେଳେ ସେମାନେ କୂଳକୁ ଆସଯାଆନ୍ତି । ଆଉ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇପଡନ୍ତି ସାଧାରଣ ଲୋକ।

ସେହିପରି ଦେଖନ୍ତୁ କିଛି ଅଦ୍ଭୁତ ଜୀବ, ଯାହାକି ଗତ ଦଶନ୍ଧି ମଧ୍ୟରେ ସମୁଦ୍ର କୂଳରେ ଭାସୁଥିବାର ନଜର ଆସିଥିଲେ…

ବିଶାଳକାୟ ସ୍କ୍ୱିଡର ଓଜନର ୩୩୦ କିଗ୍ରାରୁ ଅଧିକ
୨୦୧୩ ମସିହା ଅକ୍ଟୋବର ମାସରେ ଏକ ବିଶାଳ ସ୍କ୍ୱିଡ୍ (Architeuthis dux) ସ୍ପେନର ସମୁଦ୍ର ତଟରେ ଭାସୁଥିବା ନଜର ଆସିଥିଲା । ଯାହାର ଆକାର ବିଶାଳକାୟ ଥିଲା । ବହୁ ଶତାବ୍ଦୀ ଧରି ବିଶାଳ ସ୍କ୍ୱିଡ୍ ବିଷୟରେ ବିଭିନ୍ନ କାଳ୍ପନିକ କଥା ଦାବି କରାଯାଉଛି । ପ୍ରାଣୀ ଜଗତରେ ସବୁଠାରୁ ବଡ଼ ଆଖି ହେଉଛି ସ୍କ୍ୱିଡର । ସେମାନେ ଗଭୀର ପାଣିରେ ରହୁଥିବା ବେଳେ ଖୁବ୍ କମ୍ ପାଣିରୁ ବାହାରକୁ ଆସନ୍ତି । ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୧୩ରେ ଦେଖାଯାଇଥିବା ଏହି ସ୍କ୍ୱିଡର ଲମ୍ବ ୧୩ ଫୁଟରୁ ଅଧିକ ଏବଂ ଓଜନ ୬୬୦ ପାଉଣ୍ଡ ଅର୍ଥାତ୍ ୩୩୦ କିଲୋଗ୍ରାମରୁ ଅଧିକ ।

ସେହିଭଳି ଆଉ ଏକ ଘଟଣା ଘଟିଥିଲା ଫିଲିପାଇନ୍ସର ଓରିଏଣ୍ଟାଲ ମିଣ୍ଡୋରୋ ପ୍ରଦେଶରେ। ୨୦୧୮ ମସିହା ମେ ମାସରେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ କିଛି ଏଭଳି ଦୃଶ୍ୟ, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ।  ବିଶେଷଜ୍ଞ ମାନେ ଏହି ଜୀବକୁ ଯାଞ୍ଚ କିମ୍ବା ଚିହ୍ନଟ କରିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଏହି ୨୦ ଫୁଟ ଲମ୍ବର ଜୀବକୁ ‘The Globster’ ନାମକରଣ କରାଯାଇଥିଲା । ଏହା ଖୁବ୍ ଗନ୍ଧ ହେଉଥିଲା ବେଳେ ଶରୀରର ଉପର ଅଂଶ ଜାଲ ଭଳି ରହିଥିଲା ।

ତେବେ ଏହାକୁ ନେଇ ବୈଜ୍ଞାନିକ ମାନେ କହିଥିଲେ, ଫୁଲିଲା ଭଳି ଦେଖାଯାଉଥିବା ଏହି ଜୀବଟି ହୁଏତ୍ ଏକ ହ୍ୱେଲର। ଆଉ ମୃତଦେହ ଡିକମ୍ପୋଜ୍ ହେବା ଯୋଗୁଁ ଶରୀରରେ ଜାଲ୍ ସୃଷ୍ଟି ହୋଇଛି ।

୨୦୧୭ ମସିହା ମେ ମାସରେ ଦକ୍ଷିଣ ଆଫ୍ରିକା ଉପକୂଳରେ ଏକ ରହସ୍ୟମୟ ସାମୁଦ୍ରିକ ଜୀବ ଦେଖିବାକୁ ମିଳିଥିଲା । ତିନୋଟି ବିଶାଳକାୟ ଧଳା ସାର୍କ ସମୁଦ୍ରର କୂଳରେ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ସମସ୍ତ ତିନୋଟି ସାର୍କଙ୍କର ଲିଭର ଓ ଗୋଟିଏ ହାର୍ଟ ନଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ବୖେଜ୍ଞାନିକମାନେ ତିନୋଟି ସାର୍କର ଯାଞ୍ଚ କରିଥିଲେ। ଆଉ ମୃତ୍ୟୁର କାରଣ ଥିଲା ଅନ୍ୟ ଏକ ସମୁଦ୍ର ଜୀବ ତଥା  orcas ।  orcas (Orcinus orca)କୁ କିଲର ହ୍ୱେଲ୍ ମଧ୍ୟ କୁହାଯାଏ । ଏହା ସାର୍କ ଭଳି ଅନ୍ୟ ପ୍ରଜାତି ଉପରେ ଆକ୍ରମଣ କରି ସେମାନଙ୍କର ଅଙ୍ଗକୁ ଖାଇବା ପାଇଁ ବେଶ୍ ପରିଚିତ । ଆଉ ଏହାର ପ୍ରିୟ ଖାଦ୍ୟ ଲିଭର ବୋଲି କୁହାଯାଏ, କାରଣ ଏହା ଚର୍ବି ଓ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ।

ସେହିପରି ମେ, ୨୦୨୧ରେ ଜଣେ ମତ୍ସ୍ୟଜୀବୀ କାଲିଫର୍ନିଆର କ୍ରିଷ୍ଟାଲ୍ କୋଭ୍ ଷ୍ଟେଟ୍ ପାର୍କରେ ଏକ  ଆଙ୍ଗଲରଫିସର ଶବ ଦେଖିବାକୁ ପାଇଥିଲେ । ସାଧାରଣତଃ ଏହି ଜୀବ ମାନେ ଗଭୀର ସମୁଦ୍ରରେ ରହିଥାନ୍ତି । ଏହାର ଓଜନ ପ୍ରାୟ ୯୧୪ ମିଟର ହୋଇଥିବା ବେଳେ ଏହା ପାଖାପାଖି ୩୦୦୦ ଫୁଟ ଗଭୀର ପାଣିରେ ମିଳିଥାଏ । ଆଙ୍ଗଲରଫିସ ଦେଖିବାକୁ ଖୁବ୍ ଭୟାନକ ହୋଇଥିବା ବେଳେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଜୀବିତ ରହିପାରେ । କେବଳ ଗଭୀର ପାଣିରେ  ନୁହେଁ ବରଂ ବରଫ ଭଳି ତାପମାତ୍ରା ମଧ୍ୟ ଜୀବିତ ରହିବାରେ ସକ୍ଷମ  ଏହି ଆଙ୍ଗଲରଫିସ।

Latest Posts

Don't Miss