୩ ବର୍ଷ କିମ୍ବା ତା’ଠାରୁ ଛୋଟ ଶିଶୁ କେମିତି କୁହନ୍ତି ମା’ ମୋତେ ଭୋକ ଲାଗିଲାଣି

1 min read

ଶିଶୁମାନଙ୍କୁ କିଏ ବା ଭଲ ନପାଏ । ବିଶେଷ କରି ମାଆ ମାନଙ୍କ ଇଚ୍ଛା ଥାଏ କି ସେ ତାଙ୍କ ଶିଶୁଙ୍କ ଠାର ବୁଝି ପାରନ୍ତେ କି । କିନ୍ତୁ ବାପା ମାଆଙ୍କ ପାଇଁ ଏହା ଖୁବ କଷ୍ଟ କର କାମ । ନିଜ ଛୁଆର ଅକୁହା କଥାକୁ ବୁଝିପାରିବା ଏବଂ ତାର ଆବଶ୍ୟକତାକୁ ବୁଝିପାରିବା । ଯେପର୍ଯ୍ୟନ୍ତ ଶିଶୁ ବଡ଼ ହୋଇ କଥା କହି ଶିଖିନି ସେ ଯାଏ ମାତାପିତ ବଡ଼ି ଲାଙ୍ଗୁଏଜରୁ ତା’ର କଥାକୁ ବୁଝିବାକୁ ଚେଷ୍ଟା କରନ୍ତି ।

ଏବେ କିନ୍ତୁ ଏହା କଷ୍ଟସାଧ୍ୟ ନୁହେଁ  । ଏମିତି ଅନେକ ସଙ୍କେତ ରହିଛି ଯାହକୁ ଆଧାର କରି ଆପଣ ନିଜ ଶିଶୁର ମନ କଥା ଜାଣିପାରିବେ । ଛୁଆ କାହିଁକି କାନ୍ଦୁଛି ତାର ଅନୁମାନ କରିବାଠୁ ଭଲ ଆପଣ ସେହି କାନ୍ଦର କାରଣ ଜାଣିପାରିବେ ।

ପ୍ରିସକିଲା ଡନଷ୍ଟାନ ଜଣେ ଅଷ୍ଟ୍ରେଲିଆନ ମହିଳା ଯିଏ ଏହି ଡନଷ୍ଟାନ ବେବି ଲାଙ୍ଗୁଏଜ ଆବିଷ୍କାର କରିଥିଲେ । ଏହି ସାହାଯ୍ୟରେ  ଆପଣ ଶିଶୁ କଥା କହିବା ପୂର୍ବରୁ ଆପଣ ତା ମନ କଥା ଜାଣି ପାରିବେ  । ଯଦିଓ ବୈଜ୍ଞାନିକମାନେ ଏହି ପଦ୍ଧତିରେ ଏତେଟା ସହମତ ନୁହଁନ୍ତି, କିନ୍ତୁ ପିତାମାତାଙ୍କ ମଧ୍ୟରେ ଏହି ପ୍ରଣାଳୀ ଖୁବ ଆଦୃତ୍ତ ହେବାରେ ଲାଗିଛି ।

ଶିଶୁଙ୍କ କାନ୍ଦ କି ସଂକେତ ଦିଏ-

  • ଡାକିବା କାନ୍ଦ

ଯଦି ଆପଣଙ୍କ ଶିଶୁ ଲଗାତାର ଭାବେ କାନ୍ଦୁଛି, ତା ପରେ ୨୦ ସେକେଣ୍ଡ ପାଇଁ ରହି ପୁଣି କାନ୍ଦୁଛି ତାମାନେ ସେ ଆପଣଙ୍କ ଆଟେନସନ୍ ଖୋଜୁଛି । ଏହାର ମାନେ ହେଉଛି ଆପଣଙ୍କ ଶିଶୁ ଚାହୁଁଛି ଯେ ଆପଣ ତାଙ୍କୁ କୋଳେଇ ଧରନ୍ତୁ ।

  • ଭୋକିଲା କାନ୍ଦ

ଶିଶୁର ଅନବରତ କାନ୍ଦିବା ଭୋକର ସଙ୍କେତ । ଶିଶୁ ଲଗାତାର ଭାବେ ରଡ଼ି ଛାଡ଼ି କାନ୍ଦିବା ସହ ଯଦି ପାଟିକୁ ବାରମ୍ବାର ପାକୁଳେଇଥାଏ ତାହେଲେ ତାହା ଭୋକର ସଙ୍କେତ ।

  • ଅସୁବିଧାଜନିତ କାନ୍ଦ

ଯଦି ଶିଶୁ ପ୍ୟାଣ୍ଟରେ ମଳତ୍ୟାଗ ବା ପରିସ୍ରା କରିଥାଏ ତେବେ ତାହା ଶିଶୁକୁ ଭଲ ଲାଗିନଥାଏ । ଏହି ସମୟରେ ଶିଶୁ ଗୋଡ଼ ହାତ ହଲେଇବା ସହ ଛଟପଟ ହୋଇଥାଏ ।

  • ପରିବେଶ ଜନିତ କାନ୍ଦ

ଯେତେବେଳେ ଶିଶୁ ବୋର୍ ହେଇଯିବ ବା ପରିବେଶ ସହ ଖାପଖୁଆଇ ପାରିବନି, ସେତେବେଳେ ତା ଆପଣଙ୍କ ଆଟେନସନ ପାଇଁ କାନ୍ଦିଥାଏ । ସେମାନେ ସେପର୍ଯ୍ୟନ୍ତ କାନ୍ଦ ବନ୍ଦ କରିନଥାନ୍ତି ଯେ ପର୍ଯ୍ୟନ୍ତ ଆପଣ ତାଙ୍କୁ ଅନ୍ୟ ଜାଗାକୁ ନନେଇ ଥାନ୍ତି ।

  • ଭୋକର ସଙ୍କେତ

ଯଦି ଆପଣଙ୍କ ଶିଶୁ ଶୋଇବା ସମୟରେ ଆଙ୍ଗୁଠି ମୁଠା କରି ଶୋଇଛି ତେବେ ଏହା ସଙ୍କେତ ହେଉଛି ଶିଶୁଟି ସମ୍ପୂର୍ଣ୍ଣ ଖାଦ୍ୟ ଖାଇଛି । ଆଉ ଯଦି ସେ ହାତ ଖୋଲା କରି ଶୋଇଛି ତେବେ ଶିଶୁ ଭୋକିଲା ଥିବା ସଙ୍କେତ ।

  ')}

Leave a Reply