ଝିଅମାନେ ସାବଧାନ୍! ଘାତକ ହୋଇପାରେ ଲିପ୍‌ଷ୍ଟିକ୍‌ର ଅଧିକ ବ୍ୟବହାର

1 min read

ମହିଳାମାନଙ୍କ ଓଠକୁ ଆକର୍ଷଣୀୟ କରିବାରେ ଲିପ୍‌ଷ୍ଟିକର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ କୈାଣସି ସନ୍ଦେହ ନାହିଁ । କିନ୍ତୁ ଏହି ଲିପିଷ୍ଟକ୍‌ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କିଛି ରସାୟନିକ ପଦାର୍ଥ ଯ଼ୋଗୁଁ ଏହାର ବ୍ୟବହାର ଏବେ ଘାତକ ହେବାକୁ ଯାଉଛି ।

ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲିପ୍‌ଷ୍ଟିକ୍ ତିଆରି ନିମେନ୍ତ କ୍ରୋମିୟମ୍‌ ( Chromium)ଓ ମ୍ୟାଗ୍ନେସିୟମ୍‌ ( Magnesium)ଭଳି କ୍ଷତିକାରକ ଉପାଦାନ ବ୍ୟବହୃତ ହୁଏ । ଯାହା ଶରୀର ଭିତରକୁ ଯିବା ଫଳରେ କିଛି ଭୟଙ୍କର ରୋଗ ହେବାର ଆଶଙ୍କା ବଢାଇଦିଏ । ଏଥିସହିତ ଲିପ୍‌ଷ୍ଟିକ୍‌ରେ ଲିଡ୍‌ ବା ସିସା ଭଳି ହାନୀକାରକ ଉପାଦାନ ବହୁ ମାତ୍ରାରେ ରହିଛି । ଲିଡ୍‌ ଏକ ପ୍ରକାର ନ୍ୟୁରୋଟକ୍ସିନ ( Neuro Toxin) ଯାହା ଶରୀରର ସ୍ନାୟୁ ସଂସ୍ଥାନକୁ ପ୍ରଭାବିତ କରିବା ସହିତ  ହରମୋନ୍‌ ଅସନ୍ତୁଳନ ସମସ୍ୟାର ମୁଖ୍ୟ କାରଣ ।

ଲିପିଷ୍ଟିକ୍‌ରେ ରହିଥିବା ଅନ୍ୟ ଏକ ଉପାଦାନ ହେଉଛି ପେଟ୍ରୋକେମିକାଲ ( Petro chemical) । ଯାହା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଭଳି ଉପାଦାନରେ ଗଠିତ । ଏହି କେମିକାଲ ଶରୀର ଭିତରକୁ ଗଲେ ଅନ୍ତଃସ୍ରାବୀରୁ ହରମୋନ୍ କ୍ଷରଣ ଗ୍ରନ୍ଥି ପ୍ରଭାବିତ ହୁଏ, ଯାହା ଫଳରେ ପ୍ରଜନନ ଜନିତ  ସମସ୍ୟା  ବଢ଼ିଯାଏ । ଏଣୁ ଲିପ୍‌ଷ୍ଟିକଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍‌ । ଯଦି ଆପଣ ପ୍ରତିଦିନ ଲିପ୍‌ଷ୍ଟିକ୍‌ ବ୍ୟବହାର କରୁଛନ୍ତି ତାହାହେଲେ ଧ୍ୟାନ ଦିଅନ୍ତୁ ଯେ ଆପଣ ନିଶ୍ଚିତ ଭାବେ ଅର୍ଗାନିକ୍ ଲିପ୍‌ଷ୍ଟିକ୍ ବ୍ୟବହାର କରିବେ,  ତାହା ପୁଣି ଦିନରେ ଥରେ । ଏହା ଫଳରେ ଲିପ୍‌ଷ୍ଟିକର ବ୍ୟବହାର ଦ୍ଵାରା ହେବାକୁ ଥିବା ବିଭିନ୍ନ ରୋଗକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ ।

ଲିପ୍‌ଷ୍ଟିକ୍‌ର ବ୍ୟବହାରରେ ଯେତେ ସାବଧାନତା ଅବଲମ୍ୱନ କଲେ ସୁଦ୍ଧା ଏହା ପେଟକୁ ଯିବା ଥୟ । ଏହା ଦ୍ୱାରା କମ୍‌ ମାତ୍ରାରେ ହେଲେ ମଧ୍ୟ ଆପଣଙ୍କ ପେଟକୁ କେମିକାଲ ଯାଇଥାଏ । ଏଣୁ କେମିକାଲଯୁକ୍ତ ଲିପ୍‌ଷ୍ଟିକ୍‌ ବଦଳରେ ଅର୍ଗାନିକ ଲିପ୍‌ଷ୍ଟିକ୍‌ର ବ୍ୟବହାର ଭଲ ବିକଳ୍ପ । ଏହାର ପ୍ରସ୍ତୁତିରେ କୌଣସି କେମିକାଲର କିମ୍ୱା ଏନିମଲ୍‌ ଫ୍ୟାଟ୍‌ ବ୍ୟବହାର ହୋଇନଥିବା ଅର୍ଗାନିକ ଲିପ୍‌ଷ୍ଟିକ୍‌ ନିର୍ମାଣକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦାବି କରାଯାଉଛି ।

Leave a Reply