ପିଏମ ଆବାସ ଯୋଜନାର ଅର୍ଥ କେଉଁମାନଙ୍କୁ ମିଳିନଥାଏ, ଏଥିପାଇଁ କେଉଁମାନେ ଯୋଗ୍ୟ ହୋଇଥାନ୍ତି

1 min read

ପିଏମ ଆବାସ ଯୋଜନାରେ ୩ଟି କ୍ୟାଟୋଗୋରୀରେ ଫାଇଦା ମିଳିଥାଏ । ଏଥିରେ ଦୁର୍ବଳ ବର୍ଗ (EWS), ନିମ୍ନ ଆୟ ବର୍ଗ (LIG) ଓ ମଧ୍ୟମ ଆୟ ବର୍ଗ (MIG) ସାମିଲ ରହିଥାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫାଇଦା ସେହି ଲୋକମାନଙ୍କୁ ମିଳିନଥାଏ, ଯେଉଁମାନଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପର୍ବରୁ ପକ୍କାଘର ରହିଥାଏ । ନିଜର ଘରଟିଏ ପାଇବା ସମସ୍ତଙ୍କ ଜୀବନର ଏକ ସ୍ବପ୍ନ ରହିଥାଏ । କିଛି ଲୋକ ବିନା କୌଣସି ସହାୟତାରେ ନିଜର ଘର ନିର୍ମାଣ କରିଦେଇଥାନ୍ତି । ମାତ୍ର ଆଉ କିଛି ଲୋକଙ୍କୁ ସରକାରଙ୍କ ତରଫରୁ ଘର ନିର୍ମାଣ ପାଇଁ ସୁବିଧା ମିଳିଥାଏ । ଏପରି ଲୋକଙ୍କ ପାଇଁ କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ଚଳାଇଥାନ୍ତି । ଏହି ଯୋଜନାରେ ଜରୁରୀ ଥିବା ଲୋକଙ୍କୁ ସରକାର ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

ଇନକମ  ଆଧାରରେ ମିଳେ ଫାଇଦା

ଯେଉଁ ଲୋକମାନେ ଏଥିପାଇଁ ଯୋଗ୍ୟ ହୋଇନଥାନ୍ତି ସେମାନଙ୍କୁ ପିଏମ ଆବାସ ଯୋଜନାର ଫାଇଦା ମିଳିନଥାଏ । ଯଦି ଆପଣମାନେ ଏହି ସରକାରୀ ଯୋଜନାର ଫାଇଦା ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ସବିଶେଷ ତଥ୍ୟ ଜାଣିବା ନିହାତି ଆବଶ୍ୟକ । ୨୦୧୫ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଏହି ଯୋଜନାର ଫାଇଦା ଉଠାଇ ସାରିଛନ୍ତି । ହିତାଧିକାରୀଙ୍କ ଇନକମ ଆଧାରରେ ଏହି ଯୋଜନାର ଫାଇଦା ମିଳିଥାଏ । ଅଲଗା ଅଲଗା ଇନକମ କ୍ୟାଟେଗୋରୀରେ ଲୋକଙ୍କୁ ଅଲଗା ଅଲଗା ଲାଭ ମିଳିଥାଏ ।

କିଏ କରିପାରିବ ଆବେଦନ

ପିଏମ ଆବାସ ଯୋଜନାରେ ୩ଟି କ୍ୟାଟେଗୋରୀରେ ଲାଭ ମିଳିଥାଏ । ସେଥିମଧ୍ୟରେ EWS, LIG ଓ MIG ସାମିଲ ରହିଛନ୍ତି । ବାର୍ଷିକ ୩ ଲକ୍ଷରୁ କମ୍ ଇନକମ ଅଧୀନରେ ଆସୁଥିବା EWS ବର୍ଗଙ୍କୁ ଏହି ଯୋଜନାର ଫାଇଦା ମିଳିଥାଏ । ବାର୍ଷିକ ୩ରୁ ୬ ଲକ୍ଷ ଆୟ କରୁଥିବା ଲୋକମାନେ LIGରେ ଆସିଥାନ୍ତି ଓ ବାର୍ଷିକ ୬ରୁ ୧୨ ଲକ୍ଷ ଆୟ କରୁଥିବା ଲୋକମାନେ MIGରେ ଆସିଥାନ୍ତି । ଏହି ୩ଟି ବର୍ଗର ଲୋକମାନେ ଏଥିରେ ଆବେଦନ କରି ଫାଇଦା ଉଠାଇଥାନ୍ତି ।

କେଉଁମାନଙ୍କୁ ମିଳେନି ଲାଭ

ଏହି ଯୋଜନାର ଫାଇଦା ସେହି ଲୋକମାନଙ୍କୁ ମିଳେନାହିଁ, ଯେଉଁମାନଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପୂର୍ବରୁ ହିଁ ପକ୍କାଘର ରହିଥାଏ । ଏଥିସହିତ ଯଦି ଆପଣ ପୂର୍ବରୁ କୌଣସି ସରକାରୀ ହାଉସିଂ ସ୍କିମର ଫାଇଦା ନେଇଥିବେ, ତେବେ ଆପଣଙ୍କୁ ପିଏମ ଆବାସ ଯୋଜନାର ଲାଭ ମିଳିନଥାଏ । ଆପଣ ଯଦି ଏହି ଯୋଜନା ପାଇଁ ଯୋଗ୍ୟ, ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ ଓ୍ବେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଏଥସହିତ ନିକଟସ୍ଥ ସରକାରୀ ବ୍ୟାଙ୍କ ବା ଅଧିକୃତ କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରିପାରିବେ ।