ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ଚାନ୍ଦିର ଅଳଙ୍କାର

ଚାନ୍ଦି ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି, କିନ୍ତୁ ଚାନ୍ଦିକୁ ନେଇ କ’ଣ କହେ ବାସ୍ତୁଶାସ୍ତ୍ର ? କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଉତ୍ତମ ହୋଇଥାଏ, ଆସନ୍ତୁ ଆଲୋଚନା କରିବା ।

  • ଚାନ୍ଦିର ମୁଦି କନିଷ୍ଠ ଅଙ୍ଗୁଳିରେ ଧାରଣ କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହା ଦ୍ୱାରା ଚନ୍ଦ୍ରମାର ଶୁଭ ପ୍ରଭାବ ପଡ଼ିଥାଏ ଏବଂ ମାନସିକ ସନ୍ତୁଳନ ଠିକ ରହିଥାଏ ।
  • ଚାନ୍ଦି ଚେନ୍ ଗଳାରେ ଧାରଣ କରିବା ଦ୍ୱାରା ବାଣୀ ଶୁଦ୍ଧ ରହିଥାଏ । ଶରୀରର ହରମୋନ୍ସ ସନ୍ତୁଳିତ ରହିବା ସହ ମନରେ ଏକଗ୍ରତା ବଢ଼ିଥାଏ ।
  • ଚାନ୍ଦିର କଡା ଧାରଣ କରିବା ଦ୍ୱାରା ବାତ, ପିତ୍ତ ଓ କଫ ନିୟନ୍ତ୍ରିତ ରହିଥାଏ । ଚାନ୍ଦି ଗ୍ଲାସ ବା ଗିନାରେ ପାଣି ପିଇବା ଦ୍ୱାରା ଥଣ୍ଡା ଓ କାଶ ଆଦି ରୋଗ ହୋଇନଥାଏ ।
  • ଚାନ୍ଦି ଗିନା ବା ଚାମଚରେ ମହୁ ଖାଇବା ଦ୍ୱାରା ଶରୀର ବିଷମୁକ୍ତ ହୋଇଥାଏ ।
  • ଚାନ୍ଦି ଲୋଟାରେ ପଞ୍ଚାମୃତ(କ୍ଷୀର, ଦହି, ଘିଅ, ମହୁ ଓ ଚିନି) ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଶରୀର ରୋଗ ମୁକ୍ତ ରହିଥାଏ । ମନ ଶାନ୍ତ ରହିବା ସହ ଗ୍ରହର ଅଶୁଭ ପ୍ରଭାବ ପଡି ନଥାଏ ।
  • ଚାନ୍ଦି ଶୁଦ୍ଧ ହୋଇଥିବା ଆବଶ୍ୟକ ।
    ବିଶେଷ ଦଶା ଖଣ୍ଡନ ପାଇଁ ଚାନ୍ଦି ସହ ସୁନା ମିଶ୍ରଣ କରି ପିନ୍ଧନ୍ତୁ ।
    ସୁନା ବ୍ୟତୀତ ଚାନ୍ଦିରେ ଅନ୍ୟ କୌଣସି ଧାତୁ ମିଶାଇ ଧାରଣ କରନ୍ତୁ ନାହିଁ ।
    ଚାନ୍ଦି ବାସନକୁ ସର୍ବଦା ସଫା ରଖନ୍ତୁ ।
    ଭାବନାତ୍ମକ ଲୋକେ ଚାନ୍ଦି ପ୍ରୟୋଗ ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
    କର୍କଟ, ବିଚ୍ଛା ଏବଂ ମୀନ ରାଶିର ଲୋକଙ୍କ ପାଇଁ ଚାନ୍ଦି ସର୍ବଦା ଉତ୍ତମ ଅଟେ ।
    ମେଷ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ଚାନ୍ଦି ବହୁତ ଅନୁକୂଳ ଅଟେ ।
    ଅନ୍ୟ ରାଶି ପାଇଁ ଚାନ୍ଦି ସାମାନ୍ୟ ଫଳ ଦେଇଥାଏ ।
    କିଛି ବିଶେଷ ଦଶା ପାଇଁ ଜ୍ୟୋତିର୍ବିଦଙ୍କ ପରାମର୍ଶରେ ଏକ ବିଶେଷ ସମୟରେ ପଞ୍ଚଧାତୁ ଓ ଅଷ୍ଟଧାତୁ ମୁଦି ଧାରଣ କରାଯାଏ ।