ବର୍ଷା ପରେ ରାସ୍ତାରେ ଜମିଥିବା କାଦୁଅରେ ଚାଲୁଛନ୍ତି କି ? ହୋଇପାରେ ଏହିସବୁ ଭୟଙ୍କର ରୋଗ
1 min read
ସାଧାରଣ ଭାବେ ବର୍ଷା ପରେ ରାସ୍ତାରେ କାଦୁଅ ଜମି ରହିଥାଏ । ଆଉ ଏହି କାଦୁଅରେ ବୁଲିବାକୁ ଛୋଟ ଛୋଟ ପିଲାମାନେ ଭଲ ପାଆନ୍ତି । ବର୍ଷା ପରେ ଚାରିଆରେ ପାଣି, କାଦୁଆରେ ଭର୍ତ୍ତି ହୋଇଥିବାରୁ ଲୋକମାନେ ବାଧ୍ୟ ହୋଇ ସେହି ରାସ୍ତାରେ ଯିବାଆସିବା କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି, ଏହା ଆପଣଙ୍କ ପାଇଁ ଏକ ବଡ଼ ବିପଦ ନେଇ ଆସିପାରେ । କାଦୁଅରେ ଚାଲିବା ଫଳରେ ଆପଣ କିଛି ରୋଗର ଶିକାର ହୋଇ ପାରନ୍ତି । ବିଶେଷ କରି ଘା’, କ୍ଷତ ଚିହ୍ନ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇପାରେ । କାରଣ ମାଟିରେ ରହିଥିବା ବ୍ୟାକ୍ଟେରିଆ ଓ କୀଟାଣୁ ଘା’ ମାଧ୍ୟମରେ ଆପଣ୍କ ଶରୀରରେ ପ୍ରବେଶ କରିପାରନ୍ତି । ଫଳରେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ ।
କାଦୁଆରେ ରହିଥିବା Staphylococcus ଓ Streptococcus ପରି ବ୍ୟାକ୍ଟେରିଆ ଚର୍ମର କ୍ଷତ ଚିହ୍ନ ଦେଇ ଶରୀରରେ ପ୍ରବେଶ କରିପାରନ୍ତି । ତାହା ସଂକ୍ରମଣ କାରଣ ହୋଇପାରେ । କାଦୁଅରେ ରହିଥିବା ବ୍ୟାକ୍ଟେରିଆ ଓ ପରଜୀବୀ ଯେପରିକି E. coli T Salmonella ପେଟରେ ସଂକ୍ରମଣର କାରଣ ସାଜିଥାନ୍ତି । ଫଳରେ ଡାଇରିଆ, ବାନ୍ତି, ଜ୍ବର ହୋଇପାରେ । କାଦୁଅରେ ରହିଥିବା ବ୍ୟାକ୍ଟେରିଆ ସଂପର୍କରେ ଆସି ଏକ ଗମ୍ଭୀର ବ୍ୟାକ୍ଟୀରିୟଲ ସଂକ୍ରମଣ ହୋଇପାରେ । ବୁଖାର, ମାଂସପେଶୀରେ ଯନ୍ତ୍ରଣା ଏହାର ଲକ୍ଷଣ ଅଟେ । ତେଣୁ କାଦୁଅ ପାଣି ସଂପର୍କରେ ଆସିବା ପରେ ହାତ, ଗୋଡ଼କୁ ସାବୁନ ଓ ପାଣିରେ ଭଲରେ ଧୁଅନ୍ତୁ । ଯଦି ତ୍ବଜାରେ କ୍ଷତ ଚିହ୍ନ ରହିଥାଏ, ତେବେ ମେଡିକାଲ ସହାୟତା ନିଅନ୍ତୁ ।