ଜିଭରେ ପଡ଼ୁଛି କି ଧଳା ଦାଗ, ଭାରି ପଡ଼ିବ ଅଣଦେଖା

1 min read
These Are The Reason Behind White Spot On Your Tongue

ଭୁବନେଶ୍ୱର: ଯେତେବେଳେ ଆପଣ ବେମାରରେ ପଡ଼ନ୍ତି ତ ଡାକ୍ତର ପ୍ରଥମେ ଆପଣଙ୍କ ଜିଭ ଦେଖନ୍ତି । କାରଣ ଜିଭର ରଙ୍ଗରୁ ଅନେକ ରୋଗ ବିଷୟରେ ଅନୁମାନ କରି ହୁଏ । ଜିଭ କେବଳ ଖାଦ୍ୟର ସ୍ୱାଦ ବାରେ ନାହିଁ ବରଂ ଜିଭ ଦ୍ୱାରା ଆମ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସମୟରେ ଜାଣି ହୁଏ । ଯଦିଓ ଜିଭର ରଙ୍ଗ ହାଲକା ଗୋଲାପୀ ତଥାପି ଅନେକ ସମୟରେ ଏଥିରେ ଧଳା ଦାଗ ଦେଖାଯାଏ ।

ଯଦିଓ ଜିଭରେ ଧଳା ଦାଗ ଦେଖାଯିବା ସାଧାରଣ କଥା ତଥାପି ବେଳେ ବେଳେ ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ଯେଉଁମାନଙ୍କ ଇମ୍ୟୁନିଟି ବହୁତ କମ୍, ସେମାନଙ୍କ ଜିଭରେ ଧଳା ଦାଗ ଦେଖାଯାଏ । ଆସନ୍ତୁ ଜାଣିବା କାହିଁକି ପଡ଼େ ଜିଭରେ ଧଳା ଦାଗ । ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟରେ କଣ ପ୍ରଭାବ ପକାଇବ ।…

ଡେଣ୍ଟାଲ ଟ୍ରମା- ଯଦି ଆପଣ ବାରମ୍ବାର ଜିଭକୁ ଦାନ୍ତରେ ଘଷନ୍ତି ତ ଜିଭ ଚିରି ହୋଇଯାଏ । ଯଦିଓ ଏହାଦ୍ୱାରା କଷ୍ଟ ହୁଏ ନାହିଁ । କିନ୍ତୁ ଏହା ଅନେକ ସମୟରେ ଅଲସର ସମସ୍ୟା ସୃଷ୍ଟି କରିଥାଏ । ଯଦି ଏଥିପାଇଁ ଆପଣଙ୍କ ଜିଭରେ ଧଳା ଦାଗ ଦେଖା ଯାଉଛି ତ ପ୍ରଥମେ ଆଘାତ ସ୍ଥାନକୁ ଠିକ୍ କରନ୍ତୁ । ଜିଭକୁ ଚୋବାଇବା ଅଭ୍ୟାସ ଛାଡ଼ନ୍ତୁ ।

ଥ୍ରସ୍- ଏହାକୁ ଓରାଲ କ୍ୟାଣ୍ଡିଡାୟସିସ୍ କୁହାଯାଏ । ଏହା ଏକ ସଂକ୍ରମଣ, ଯାହା କ୍ୟାଣ୍ଡିଡା ଫଙ୍ଗସ୍ ପାଇଁ ହୋଇଥାଏ । ଏହି ସଂକ୍ରମଣ ଆପଣଙ୍କ ମୁହଁ ବାଦ୍ ଶରୀରର ଅଲଗା ସ୍ଥାନରେ ହୋଇପାରେ । ଏଥିସହ ଯେଉଁମାନଙ୍କ ଇମ୍ୟୁନିଟି କମଜୋର, ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ବିପଦ ଅଧିକ । ଯଦି ଆପଣଙ୍କୁ ଏଚଆଇଭି ଏଡସ୍ କିମ୍ବା କ୍ୟାନସର ହୋଇଛି ତ ସଂକ୍ରମଣ ବିପଦ ଆହୁରି ବେଶୀ ।

ଜିଓଗ୍ରାଫିକ ଟଙ୍ଗ- ଏହା ଏଭଳି ଏକ ସ୍ଥିତି ଯେଉଁଥିରେ ଆପଣଙ୍କ ଜିଭ ଦାଢ଼ରେ ଛୋଟ ଛୋଟ ବିନ୍ଦୁ ବାହାରିଥାଏ । ଫଳରେ ଦରଜ ହେବା ସହ ଜଳିଥାଏ । ଅନେକ ସମୟରେ ଜିଭରେ ଲାଲ୍ ଦାଗ ଦେଖାଯାଏ । ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ଉପୁଜେ ।