ବଡ଼ ବ୍ୟାଟ୍ରୀ ଯୁକ୍ତ ସ୍ମାର୍ଟଫୋନ୍ ଚାହୁଁଛନ୍ତି? ଏହି ୫ଟି ହେଉଛି ସବୁଠୁ ଭଲ ବିକଳ୍ପ

1 min read

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢ଼ି ମୋବାଇଲଫୋନରେ ଭିନ୍ନ ଭିନ୍ନ ପ୍ରକାରର ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି। ହେଲେ ଅଧିକ ସମୟ ଗେମ୍ ଖେଳିଲେ ଫୋନ୍ ଗରମ ହୋଇଯାଉଛି କିମ୍ବା ବ୍ୟାଟେରୀ ଶେଷ ହେଇଯାଉଛି। ତେବେ ଏହି ଗେମ୍ ପ୍ରେମୀଙ୍କ ପାଇଁ ଆଜି ଆମେ କିଛି ସ୍ମାର୍ଟଫୋନର ତାଲିକା ନେଇଆସିଛୁ ଯେଉଁଥିରେ 6,000mAh ଓ ଏହାଠୁ ଅଧିକ କାପାସିଟି ଯୁକ୍ତ ବ୍ୟାଟ୍ରୀ ରହିଛି। ଏହି ସ୍ମାର୍ଟଫୋନ୍ ଗୁଡ଼ିକୁ ଆପଣ ଆରାମରେ ୮ ରୁ ୧୦ ଘଣ୍ଟା ଚଲାଇ ପାରିବେ।

୧) Asus ROG Phone 3

ଏହି ଫୋନରେ କମ୍ପାନୀର ଏକ ଫ୍ଲାଗସିପ୍ ଗେମିଙ୍ଗ ସ୍ମାର୍ଟଫୋନ୍। ଏହି ଫୋନରେ 30W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 6000mAh ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ଏହି ଫୋନରେ ଯେଉଁ ମୂଲ୍ୟରେ ଗେମିଂ ସହ ଅନ୍ୟାନ୍ୟ ପ୍ରିମିୟମ୍ ଫିଚର ମଧ୍ୟ ଦେଉଛି ତାହା ଏହି ମୂଲ୍ୟରେ ଆଉ କେଉଁ ଫେନରେ ମିଳିବ ନାହିଁ ।  ଏହି ଫୋନରେ 44Hz HDR 6.59-ଇଞ୍ଚ FHD + AMOLED ଡିସପ୍ଲେ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ 865+ ପ୍ରୋସେସର ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ 64MP+13MP(ଅଲଟ୍ରାୱାଇଡ୍)+5MP(ମାକ୍ରୋ) ଟ୍ରିପଲ୍ ବ୍ୟାକ୍ କ୍ୟାମେରା ସେଟଅପ୍ ଓ ସେଲଫି ପାଇଁ 24MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏସବୁ ବ୍ୟତୀତ ଏଥିରେ ଏୟାର ଟ୍ରିଗର୍ + ଡୁଆଲ୍ USB-C ପୋର୍ଟ + ROG ଗେମ୍ କୁଲ୍ 3 କୁଲିଂ ସିଷ୍ଟମ୍ ମଧ୍ୟ ରହିଛି। ଫୋନର ମୁଲ୍ୟ 8/128GB ଭ୍ୟାରିଆଣ୍ଟ ପାଇଁ ୪୪ ହଜାର ୯୯୯ ଟଙ୍କା, 12/128GB ପାଇଁ ୪୮ ହଜାର ୯୯୯ ଟଙ୍କା ଓ 12/256GB  ପାଇଁ ୫୪ ହଜାର ୯୯୯ ଟଙ୍କା ରହିଛି।

୨) Samsung Galaxy M51

ଏହି ଫୋନରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ସ୍ମାର୍ଟଫୋନ୍ ବ୍ୟାଟେରୀ ଦିଆ ଯାଇଛି। ଏହି ମିଡ୍ ରେଞ୍ଜ୍ ଫୋନରେ 25W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 7000mAhର ବ୍ୟାଟେରୀ ରହିଛି। ଗେମିଂ ପାଇଁ ଏହା ଏକ ବହୁତ ଭଲ ଫୋନ୍ ଏହାକୁ ଆପଣ ୭ ରୁ ୮ ଘଣ୍ଟା ବ୍ୟବହାର କରିପାରିବେ। Galaxy M51ରେ 6.7-ଇଞ୍ଚ FHD + ସୁପର AMOLED + ଡିସପ୍ଲେ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ 730G ପ୍ରେସେସର୍ ରହିଛି । ଫଟୋଗ୍ରାଫି ପାଇଁ ଏଥିରେ 64MP+12MP(ଅଲଟ୍ରାୱାଇଡ୍)+5MP(ମାକ୍ରୋ)+5MP(ଡେପ୍ଥ ସେନସର୍) ଯୁକ୍ତ ବ୍ୟାକ୍ କ୍ୱାଡ୍ କ୍ୟାମେରା ସହ ସେଲଫି ପାଇଁ 32MPର ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନର ମୁଲ୍ୟ 6/128GB ଓ 8/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ୨୨ ହଜାର ୯୯୯ ଟଙ୍କା ଓ ୨୪ ହଜାର ୯୯୯ ଟଙ୍କା ରହିଛି।

୩) Poco X3

ପୋକୋ ବ୍ରାଣ୍ଡର ଏହି ଫୋନଟି ଲଞ୍ଚ ହେବା ସମୟରେ ବେଶ ପ୍ରଶଂସା ସାଉଁଟିଥିଲା। ଏହାର ଡିଜାଇନ୍ ଠାରୁ ଆରମ୍ଭ କରି କ୍ୟାମେରା ଏବଂ ପର୍ଫମାନ୍ସ ପର୍ଯ୍ୟନ୍ତ ପ୍ରଶଂସା କରାଯାଇଥିଲା। ଏହି ଫୋନରେ 32W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6000mAh ବ୍ୟାଟେରୀ ରହିଛି। ଦେଖିବାକୁ ଗଲେ ଏହାର ଫିଚର ଗାଲାକ୍ସି M51 ସହିତ ପାଖାପାଖି ସମାନ ହେଲେ ଏହା ସାମସଙ୍ଗ ଫୋନ ଅପେକ୍ଷା ବହୁତ ଶସ୍ତା। ଏହି ଫୋନରେ120Hz 6.7-ଇଞ୍ଚ FHD+ ଡିସପ୍ଲେ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ 732G ପ୍ରୋସେସର ରହିଛି। ଫଟୋଗ୍ରାଫି ପାଇଁ ଏଥିରେ 64MP+13MP(ଅଲଟ୍ରାୱାଇଡ୍)+2MP(ମାକ୍ରୋ)+2MP(ଡେପ୍ଥ ସେନସର୍) ଯୁକ୍ତ ବ୍ୟାକ୍ କ୍ୱାଡ୍ କ୍ୟାମେରା ସହ ସେଲଫି ପାଇଁ 20MPର ଫ୍ରଣ୍ଟ କ୍ୟାମେରା ରହିଛି। Poco X3ର ମୁଲ୍ୟ 6/64GB, 6/128GB ଓ 8/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ ୧୬ ହଜାର ୯୯୯ ଟଙ୍କା, ୧୮ ହଜାର ୯୯୯ ଟଙ୍କା ଓ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି।

୪) Samsung Galaxy F41

ଗାଲାକ୍ସି F41 ସହିତ ସାମସଙ୍ଗ ଏକ ନୂଆ ସିରିଜ୍ ଲଞ୍ଚ କରିଛି। କିନ୍ତୁ ଯେହେତୁ ଏହି ଡିଭାଇସର ସମସ୍ତ ଫିଟର ପ୍ରାୟ ଏହାର M31 ଫୋନ୍ ପରି, ତେଣୁ ଏହି ନୂତନ F ସିରିଜ୍ ବହୁତ ଦ୍ୱନ୍ଦ୍ୱରେ ରହିଛି। ଏହି ଫୋନରେ ମଧ୍ୟ ଏକ ବଡ଼ ବ୍ୟାଟ୍ରୀ ଦିଆଯାଇଛି। F41ରେ ଆପଣଙ୍କୁ 15W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6000mAhର ବ୍ୟାଟେରୀ ମିଳିବ। ଏହା ବ୍ୟତୀତ ଏଥିରେ 6.44-ଇଞ୍ଚ FHD + ସୁପର AMOLED ଡିସପ୍ଲେ ଓ Exynos 9611 ପ୍ରୋସେସର ମଧ୍ୟ ରହିଛି । ଫଟୋଗ୍ରାଫି ପାଇଁ ଏଥିରେ 64MP+8MP(ଅଲଟ୍ରାୱାଇଡ୍)+ 5MP(ଡେପ୍ଥ ସେନସର୍) ଯୁକ୍ତ ଟ୍ରିପଲ୍ ବ୍ୟାକ୍ କ୍ୟାମେରା ସେଟଅପ୍ ଓ ସେଲଫି ପାଇଁ 20MPର ଫ୍ରଣ୍ଟ କ୍ୟାମେରା ରହିଛି। Samsung Galaxy F41ର ମୁଲ୍ୟ 6/64GB, 6/128GB ଓ 8/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ ୧୫ ହଜାର ୪୯୯ ଟଙ୍କା, ୧୮ ହଜାର ୪୯୯ ଟଙ୍କା ଓ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି।

୫) Realme Narzo 20

ମଧ୍ୟମ ରେଞ୍ଜର ବଜେଟ୍ ଭିତରେ Realmeର ନାରଜୋ ସିରିଜର ଫୋନଗୁଡ଼ିକରେ ବେଶ୍ ଭଲ ବିକଳ୍ପ।  କିନ୍ତୁ ଏହି ସମସ୍ତ ଡିଭାଇସ ମଧ୍ୟରେ କେବଳ ଗୋଟିଏ ମଡେଲରେ 6000mAh ରହିଛି ସେ ହେଉଛି  Realme Narzo 20। ଏଥିସହ ଏହି ଫୋନରେ 6.5-ଇଞ୍ଚ HD+ ଡିସପ୍ଲେ ଓ ମିଡିଆ ଟେକ୍ ହେଲିଓ G85 ପ୍ରୋସେସର ବି ରହିଛି। ଫଟୋଗ୍ରାଫି ପାଇଁ ଏଥିରେ 48MP+ MP(ଅଲଟ୍ରାୱାଇଡ୍)+5MP(ମାକ୍ରୋ) ଯୁକ୍ତ ଟ୍ରିପଲ୍ ବ୍ୟାକ୍ କ୍ୟାମେରା ସେଟଅପ୍ ସହ ସେଲଫି ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି । ଏହାର ମୂଲ୍ୟ 4/64GB ଓ 4/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ ୧୦ ହଜାର୪୯୯ ଟଙ୍କା ଓ ୧୧ ୪୯୯ ଟଙ୍କା ରହିଛି।

Leave a Reply