୬ ଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ ନଚେତ୍ ଆସିପାରେ ଏମିତି ବିପଦ…

1 min read

ଦେବତାଙ୍କ ସେନାପତି ମଙ୍ଗଳ ଗ୍ରହ ନିଜ ଶତ୍ରୁ ତୁଳା ରାଶିରେ ପ୍ରବେଶ ନ କରି ୫ ସେପ୍ଟେମ୍ବର ୨୦୨୧ରେ ବିଛା ରାଶିରେ ପ୍ରବେଶ କରିବା ସହ ଜାନୁଆରୀ ୧୬ ତାରିଖ ୨୦୨୨ରେ ନିଜ ପରମମିତ୍ର ବୃହସ୍ପତିଙ୍କ ରାଶି ଧନୁରେ ପ୍ରବେଶ କରିବେ । ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ କେତୁର ସଂଯୋଗ ଅନେକ ବିପଦ ଆଣିଥାଏ କେତେକ ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ । ମଙ୍ଗଳରେ ହେଉଥିବା ପରିବର୍ତ୍ତନ ମିଥୁନ, କନ୍ୟା, ଏବଂ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।
ମେଷ ରାଶି : ଦୁର୍ଘଟଣାର ଆଶଙ୍କା ଥିବାବେଳେ ଜ୍ୱର ହେବାର ସମ୍ଭାବନା ରହିଛି । ଏଥିପାଇଁ ସାବଧାନ ରହିବାର ଆବଶ୍ୟକତା ରହିଛି । ନିଜ ଭାଷାରେ ସଂଯମତା ରକ୍ଷା କରନ୍ତୁ ନଚେତ୍ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ କଳହ ଦେଖାଦେଇପାରେ ।
ବୃଷ ରାଶି : ଆଖି କିମ୍ବା ପେଟରେ ଯନ୍ତ୍ରଣା ଦେଖା ଦେଇପାରେ । ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । କଥାବାର୍ତ୍ତାରେ ନମ୍ରତା ରକ୍ଷା କରନ୍ତୁ ନଚେତ୍ ସମ୍ପର୍କୀୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ ।
ମିଥୁନ ରାଶି : ଶତ୍ରୁଙ୍କ ଉପରେ ବିଜୟ ସହିତ ବାଦ-ବିବାଦ ଜିତିବାର ସମ୍ଭାବନା ରହିଛି । ଚେଷ୍ଟା କରୁଥିବା ବହୁଦିନର କାର୍ଯ୍ୟରେ ସଫଳତା ମିଳିବ । ସମ୍ପର୍କୀୟଙ୍କ ସହ ଭଲ ସମ୍ବନ୍ଧ ରହିବା ସହ ଧନପ୍ରାପ୍ତିର ଯୋଗ ରହିଛି ।
କର୍କଟ ରାଶି : ସନ୍ତାନଙ୍କ ଯୋଗୁଁ ବିରକ୍ତି ଭାବ ଆସିପାରେ । ଚାକିରି ହରେଇବା ଆଶଙ୍କା ରହିଛି । ପେଟ ଯନ୍ତ୍ରଣା ଦେଖାଦେଇପାରେ ।
ସିଂହ ରାଶି : ଅନାବଶ୍ୟକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ଏହା ସହିତ ନିଜର ଯାନବାହନ ନଥିବାର ଦୁଃଖ ରହିବ । ଚାକିରି ହରେଇବା ଆଶଙ୍କା ସହ ପେଟରେ ଯନ୍ତ୍ରଣା ଦେଖା ଦେଇପାରେ ।
କନ୍ୟା ରାଶି : ଲଗାତାର ସଫଳତାର ପାହାଚ ଚଢ଼ିବେ । ଲୋକଙ୍କ ପ୍ରଶଂସା ମିଳିବା ସହ ଧନପ୍ରାପ୍ତିର ସମ୍ଭାବନା ରହିଛି । ମନରେ ଶାନ୍ତି ବଜାୟ ରହିବ ।
ତୁଳା ରାଶି : କଠୋର କଥା ଯୋଗୁଁ କଳହ ଦେଖାଦେଇପାରେ । ଧନହାନିର ଆଶଙ୍କା ଥିବାବେଳେ ମାନସିକ ଭ୍ରମର ଶିକାର ହୋଇପାରନ୍ତି ।
ବିଛା ରାଶି : ବନ୍ଧୁ ପରିଜନଙ୍କଠୁ ଦୂରରେ ରହିବା ସହ ଅନାବଶ୍ୟକ ଚିନ୍ତା ପାଇଁ କାର୍ଯ୍ୟରେ ଅବହେଳା ସୃଷ୍ଟି ହୋଇପାରେ । ରକ୍ତ କିମ୍ବା ଅଗ୍ନି ସମ୍ବନ୍ଧିତ ରୋଗ ଦେଖାଯାଇପାରେ ।
ଧନୁ ରାଶି : ପୂର୍ବ ନିର୍ଦ୍ଧାରିତ କୈାଣସି କାର୍ଯ୍ୟ ବା ଯୋଜନାରେ ବାଧାବିଘ୍ନ ଆସିପାରେ । ସରକାରଙ୍କ ସହ ବାଦବିବାଦ ଦେଖାଯିବା ସହ ନିଜର ଖରାପ ବ୍ୟବହାର ପାଇଁ ପରିବାରରେ ବିବାଦ ଉପୁଜିପାରେ ।
ମକର ରାଶି : ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ସନ୍ତାନଙ୍କ ଉପସ୍ଥିତିରେ ମନ ପ୍ରସନ୍ନ ରହିବ । ସମ୍ପତ୍ତି ଆଦି କ୍ରୟ କରିବାର ସମ୍ଭାବନା ରହିଛି । ପଦୋନ୍ନତି ମିଳିପାରେ ।
କୁମ୍ଭ ରାଶି : କାର୍ଯ୍ୟ ହାସଲରେ ବିଫଳତା କାରଣରୁ ଉଚ୍ଚପଦାଧିକାରୀ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ପରିଶ୍ରମ ବୃଥା ହୋଇପାରେ ।
ମୀନ ରାଶି : ଧନ-ସମ୍ପତ୍ତିକୁ ନେଇ ବିବାଦ ଦେଖାଯାଇପାରେ । ଶରୀରରେ ଦୁର୍ବଳତା ଦେଖାଯିବା ସହ ପରାଜୟର ଆଶଙ୍କା ରହିବ । ଧନ ହାନିର ଆଶଙ୍କ ରହିଛି ।

Leave a Reply