ଏହି ୬ଟି ସ୍ୱପ୍ନ ଭଲ ସମୟ ଆସିବାର ସଙ୍କେତ ଦେଇଥାଏ

ଶୋଇସାରିବା ପରେ ଆମେ ମନରେ ଯାହାସବୁ କଳ୍ପନା କରୁ, ଯେଉଁ ସବୁ କଥା ବିଷୟରେ ଆମକୁ ଭାବନା ଆସେ ତାହାକୁ ସାଧାରଣତଃ ସ୍ୱପ୍ନ କହିଥାଉ । ସ୍ୱପ୍ନ ଦ୍ୱାରା ଭଗବାନ ମନୁଷ୍ୟର ନିକଟବର୍ତ୍ତୀ ହୁଅନ୍ତି ବୋଲି ବାସ୍ତୁଶାସ୍ତ୍ରରେ ଲେଖାଯାଇଛି । ଭଗବାନ ମନୁଷ୍ୟକୁ ସିଧାସଳଖ ସୂଚନା ନଦେଇ ସ୍ୱପ୍ନ ମାଧ୍ୟମରେ ଭଲ ସମୟ ଓ ଖରାପ ସମୟ ବିଷୟରେ ସୂଚନା ଦେଇଥାନ୍ତି । ତେବେ ଆସନ୍ତୁ ଆଜି ସେହି ୬ ଟି ସ୍ୱପ୍ନ ବିଷୟରେ ଯାହାକି ଭଗବାନ ଆମକୁ ଭଲସମୟ ଆସିବାର ସୂଚନା ଦେଇଥାନ୍ତି ।

ଯଦି ସ୍ୱପ୍ନରେ ଆପଣ ଗୋଟିଏ ନାଚୁଥିବା ବା ଉଡୁଥିବା ମୟୂରକୁ ଦେଖନ୍ତି ତେବେ ଆପଣ ଖୁବଶୀଘ୍ର ସୁଖଲାଭ କରିବାକୁ ଯାଉଛନ୍ତି । ଯଦି ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖାଯାଏ ତାହେଲେ ତାହା ଧନ ପ୍ରାପ୍ତିର ଯୋଗ ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ଶଙ୍ଖ ଦେଖନ୍ତି ତେବେ ଏହା ଆପଣଙ୍କ ଘରେ ସୁଖ ଶାନ୍ତିର ବାର୍ତ୍ତା ନେଇଆସିଥାଏ, ଆପଣଙ୍କ ଘରର କଲ୍ୟାଣ ହୋଇଥାଏ ।

ସ୍ୱପ୍ନରେ ପେଚା ଦେଖିବା ଧନ ପ୍ରାପ୍ତିର ଗୋଟିଏ ବଡ଼ ସଙ୍କେତ ହୋଇଥାଏ । କାରଣ ଏହା ମହାଲକ୍ଷ୍ମୀଙ୍କର ବାହନ । ଏହା ଆପଣଙ୍କ ଜୀବନରେ ଟଙ୍କା ପଇସାର ସୁଅ ଆସିବାର ସୁଯୋଗ ଦେଇଥାଏ । ଏଥିପାଇଁ ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ହଳଦୀ ଚନ୍ଦନ ଓ କ୍ଷୀରରେ ଗାଧୋଇଦେଇ ମହାଲକ୍ଷ୍ମୀଙ୍କ ମହାମନ୍ତ୍ରକୁ ଜପିବାକୁ ପଡିବ ।

ଯଦି ଆପଣ ସ୍ୱପ୍ନରେ ଏକ ସବୁଜ କ୍ଷେତ ଦେଖନ୍ତି ତେବେ ଏହା ଆପଣଙ୍କର ବହୁତ ଶୀଘ୍ର ସମୃଦ୍ଧି ହେବାକୁ ଯାଉଛି ଓ ଅଧିକ ଲୋକ ସମ୍ପର୍କ ବଢିବାକୁ ଯାଉଛି ବୋଲି ଜାଣିବେ । ଏହା ବ୍ୟତୀତ ଆପଣଙ୍କ ଘରେ ଅଟକିଥିବା ସବୁ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହେବାକୁ ଯାଉଛି । କୋଇଲାକୁ ଆପଣ ସ୍ୱପ୍ନରେ ଦେଖିବା ଅର୍ଥ ଆପଣ ସବୁ କଷ୍ଟ ସତ୍ତ୍ୱେ ଜୀବନରେ ବହୁତ ଧନବାନ ହୋଇପାରିବେ । ଏହା ଆପଣଙ୍କ ଅସଜଡ଼ା ଭାଗ୍ୟକୁ ସଜାଡି ଦେଇଥାଏ । ଆପଣ ସବୁ ସୁଖ ଶାନ୍ତି ପାଇପାରିବେ ।

Leave a Reply