ରେରା ଆଇନରେ ହେବ ପରିବର୍ତ୍ତନ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ବର: ରେରା ଆଇନରେ ହେବ ପରିବର୍ତ୍ତନ । ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ଯକତା ନାହିଁ । ଜମିର କିଛି ଭାଗ ମଧ୍ୟ ବିକ୍ରି କରି ହେବ । ଏପରି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ କାମ ନଥାଇ ବାରମ୍ବାର ଅଫିସକୁ ଆଓିଲେ ଦଲାଲ ବୋଲି ବିଚେଚନା କରାଯିବ ବୋଲି କହି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ଆଜି ସମ୍ବଲପୁରରେ ଡିଏସଆର୍ ଅଫିସ ପରିଦର୍ଶନ କରିଥିଲେ ମନ୍ତ୍ରୀ । ଏହି ସମୟରେ ସେ କହିଛନ୍ତି, କାମ ନ ଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ । ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ଅଧିକାରୀଙ୍କୁ ମଧ୍ଯ ସେ ତାଗିଦ୍ କରି ଜନ ସାଧାରଣଙ୍କ ସମସ୍ଯା ଓ ଅଭିଯୋଗ ଶୁଣିଛନ୍ତି ।