ଶୈବପୀଠରେ ଆଉ ଚଳିବନି ଚିଲମ ମାଡ଼, ଗଞ୍ଜେଇର ଅପବ୍ୟବହାର ଉପରେ ଲାଗିବ ରୋକ୍

ଭୁବନେଶ୍ୱର: ଶୈବପୀଠରେ ଗଞ୍ଜେଇର ଅପବ୍ୟବହାର ଉପରେ ଲାଗିବ ରୋକ୍ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ଚିଠି ଲେଖିଛି । ମହାଦେବଙ୍କ ନିକଟରେ ଗଞ୍ଜେଇ ଭୋଗ ଲାଗେ । କିନ୍ତୁ ମନ୍ଦିରରେ ବ୍ୟବହାର ନାଁରେ ଯେପରି ଅପବ୍ୟବହାର ନହୁଏ, ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ଗଞ୍ଜେଇର ଅପବ୍ୟବହାର ବନ୍ଦ ପାଇଁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।