ଲୋକଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ପଠାଯିବାର ଆବଶ୍ୟକତା ରହିଛି: ପି. ଚିଦାମ୍ୱରମ୍

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜ୍‌କୁ ସମାଲୋଚନା କରିଛନ୍ତି ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍‌ । ସେ କହିଛନ୍ତି, ନିର୍ମଳା ସୀତାରମଣ ଗିରବଙ୍କ ପାଇଁ କିଛି କହିନାହାନ୍ତି । ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନଙ୍କ ଉପରେ ଏହା ଏକ କୁଠାରଘାତ । ଏମ୍ଏସ୍ଏମ୍‌ଇ କ୍ଷେତ୍ର ପାଇଁ ଘୋଷିତ ଛୋଟ ପ୍ୟାକେଜ୍‌ ବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ନେଇ ଆମେ ନିରାଶ । ଯେଉଁମାନେ ପ୍ରତିଦିନ କଠିନ ପରିଶ୍ରମ କରନ୍ତି ସେମାନଙ୍କୁ ଅଣଦେଖା କରାଯାଇଛି । ଅର୍ଥମନ୍ତ୍ରୀ ନିଜ ଘୋଷଣାରେ ଲକ୍ଷ ଲକ୍ଷ ଗରିବ, ଭୋକିଲା ପ୍ରବାସୀ ଶ୍ରମିକ ଓ ଯେଉଁମାନେ ପାଦରେ ନିଜ ଘରକୁ ଯାଉଛନ୍ତି ସେମାନଙ୍କ ପାଇଁ କିଛି କହିନାହାନ୍ତି ।

ବର୍ତ୍ତମାନ ସମୟରେ ଲୋକେ ଚାକିରି ହରାଇଛନ୍ତି ଏବଂ ଶ୍ରମିକ ସହର ଛାଡ଼ିଛନ୍ତି । ସେ ଖାଲି ପାଦରେ ଘରକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ ଏବଂ କରାଯାଇ ନାହିଁ ଯାହା ଏପରି ଲୋକଙ୍କୁ ଆଶ୍ୱସ୍ତି ଦେବ । ବର୍ତ୍ତମାନର ସମୟରେ ସିଧା ସଳଖ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯିବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍ ।

Leave a Reply