‘ଚିହ୍ନଟ ହେଉଥିବା ସଂକ୍ରମିତ କ୍ୱାରେଣ୍ଟାଇନ ସେଣ୍ଟର କିମ୍ୱା କଣ୍ଟେନମେଣ୍ଟ ଜୋନ୍‌ର ’

ଭୁବନେଶ୍ୱର: ବିଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମତଙ୍କ ଚିହ୍ନଟ ହେଉଛନ୍ତି । ଯାହା ବିଗତ ଦିନରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଯଥେଷ୍ଟ ଅଧିକ । ଏଭଳି କି ଆଜି ଅର୍ଥାତ ବୁଧବାର ଗୋଟିଏ ଦିନରେ ସର୍ବାଧିକ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ତୁ ଏଥିଲାଗି ବ୍ୟସ୍ତ କିମ୍ୱା ଭୟଭୀତ ହେବାର କାରଣ ନାହିଁ । ଯେଉଁମାନେ ସବୁ ଚିହ୍ନଟ ହେଉଛନ୍ତି ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟର କିମ୍ୱା କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ହେଉଛନ୍ତି । ଅର୍ଥାତ ଏଯାବତ୍‌ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ରାଜ୍ୟ ସରକାରଙ୍କ କରୋନା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ।

ଟ୍ରେନ୍‌ ଓ ବିମାନରେ ଫେରୁଥିବା ପ୍ରବାସୀଙ୍କ ପାଇଁ ନିର୍ଦ୍ଦେଶାବଳୀ

ଦୁବାଇ, ଆମେରିକା ଓ ମାଲେସିଆରୁ ତିନୋଟି ବିମାନରେ ଫେରୁଛନ୍ତି ଭାରତୀୟ । ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଓଡିଶା ଓ ପଡୋଶୀ ରାଜ୍ୟର । କରୋନା ମୁକାବିଲାରେ ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିଥିଲେ । ଆଜିଠୁ ସେହିଭଳି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଟ୍ରେନ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀରୁ ଆସୁଥିବା ଟ୍ରେନ ବାଲେଶ୍ୱରରେ ପ୍ରଥମ ରହଣୀ କରିବ ।

India's coronavirus lockdown takes toll on migrant workers | News ...

ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ବିଦେଶରୁ ଏବଂ ଅନ୍ୟ ରାଜ୍ୟରୁ ଟ୍ରେନରୁ ଫେରୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ମାର୍ଗଦର୍ଶିକା କରିଛନ୍ତି । ବିଦେଶରୁ ଫେରୁଥିବା ପ୍ରତ୍ୟେକଟି ବ୍ୟକ୍ତି ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଭୁବନେଶ୍ୱର ବିମାନବନ୍ଦରରେ ବିମାନ ପହଁଚିବା ପରେ ୨୦ ଜଣିଆ ବ୍ୟାଚରେ ଓହ୍ଲାଇବେ ଯାତ୍ରୀ । ଟର୍ମିନାଲ ବାହାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଷ୍ଟାମ୍ପିଂ କରାଯିବ ।  ଏବଂ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ  । ଯଦି ସେମାନଙ୍କ ନିକଟରେ କରୋନା ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେହି ବ୍ୟକ୍ତିଙ୍କୁ ତାଙ୍କ ନୋଡାଲ ଅଫିସରଙ୍କୁ ଅବଗତ କରାଯିବ ।

Bhubaneswar airport to remain partially shut for 8 months | Zee ...

ଏବଂ ତାଙ୍କୁ ହସ୍ତାନ୍ତର କରାଯିବ ପରେ ସେ ସରକାରଙ୍କ ନିୟମ ମୁତାବକ ପଦକ୍ଷେପ ଗ୍ରହଣ କରିବେ । ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେବ ନାହିଁ ସେମାନ ନିଜ ନିଜ ସାଧନ ମାଧ୍ୟମରେ ଘରକୁ କିମ୍ୱା ପେଡ୍ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯିବେ । କିଛି ଲୋକଙ୍କ ପାଇଁ ଓଲା ଓ ୟୁବେର ଗାଡ଼ି ସୀମିତ ସଂଖ୍ୟାରେ ଉପଲବ୍ଧ ହେବ । ଭୁବନେଶ୍ୱର ଓ କଟକ ଅଞ୍ଚଳ ପାଇଁ କ୍ରୁଟ୍ ପକ୍ଷରୁ ବସ୍‌ ମଧ୍ୟ ଚଳାଚଳ କରିବ । ୨୮ ଦିନ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିବା ଭିତରେ ଯଦି ଅସୁସ୍ଥ ଅନୁଭବ କରନ୍ତି କିମ୍ୱା କୌଣସି ଲକ୍ଷଣ ପରିଲକ୍ଷିତ ହୁଏ  । ତେବେ ସେ ସିଧାସଳଖ ମେଡିକାଲକୁ ନ ଯାଇ ରାଜ୍ୟ ସରକାରଙ୍କ ହେଲ୍ପଲାଇନ ନମ୍ୱର ୧୦୪କୁ କଲ୍ କରିବେ ସେ ସେଠାରୁ ଆବଶ୍ୟକ ସହଯୋଗ ପାଇପାରିବେ । ତେବେ କ୍ୱାରେଣ୍ଟାଇନ୍ ରହିବା ସମୟରେ କୌଣସି ପ୍ରକାର ନିୟମ ଉଲ୍ଲଘଂନ କଲେ ଆଇନତଃ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Leave a Reply