ରାମ ମନ୍ଦିର ଛାତରୁ ପାଣି ପଡିବାର ଏ ଟୁ ଜେଡ୍‌ ସତ କହିଲେ ନିର୍ମାଣ ସମିତି ଅଧ୍ୟକ୍ଷ

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ଗର୍ଭଗୃହରୁ ପାଣି ବାହାରିବା ସମସ୍ୟା ଓ ମନ୍ଦିର ଛାତରୁ ପାଣି ବୋହିବା ଖବରରେ ମୁହଁ ଖୋଲିଛନ୍ତି ରାମ ମନ୍ଦିର ଭବନ ନିର୍ମାଣ ସମିତି ଅଧ୍ୟକ୍ଷ  । ଏସବୁ ଖବରରୁ ପରଦା ହଟାଇଛନ୍ତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର  । ପ୍ରଥମ ବର୍ଷାରେ ମନ୍ଦିର ଛାତରୁ କାହିଁକି ବର୍ଷା ଜଳ ପଡିଲା ଓ ଗର୍ଭଗୃହରେ କଣ ସତରେ ଜଳ ନିଷ୍କାସନର ସମସ୍ୟା ରହିଛି କି ?

ସେ କହିଛନ୍ତି ମନ୍ଦିର ପରିସରରେ ପାଣି ଲିକେଜ ସମସ୍ୟା ନୁହେଁ  । ମୁଁ ଖୋଦ ଏନେଇ ନୀରିକ୍ଷଣ କରିଛି  । ନିର୍ମାଣଧୀନ ମଣ୍ଡପ ଛାତର ଦ୍ବିତୀୟ ମହଲା କାମ ଏବେବି ବାକି ରହିଛି  । ଦ୍ବିତୀୟ ମହଲା ଛାତ ପଡିବା ପରେ ହିଁ ବର୍ଷାଜଳ ମନ୍ଦିର ମଧ୍ୟରେ ଆଉ ପ୍ରବେଶ କରିବ ନାହିଁ  ।

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଗୁଡ ମଣ୍ଡପ ଛାତରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇ ସେମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ସୁବିଧା କରାଯାଇଛି  । ବିଦ୍ୟୁତ ଅଣ୍ଡରଗ୍ରାଉଣ୍ଡ ୱାଇରିଂରେ ଏବେ ବି ତାର ବିଛାଇବା ବାକି ଅଛି  । ଯେଉଁଥିପାଇଁ ପାଇପ ଖୋଲା ଅଛି  । ଆଉ ଏହି ପାଇପ ଜରିଆରେ ତଳେ ସ୍ବିୱେଜରେ ପାଣି ପଶିଛି  । ନିର୍ମାଣରେ କୌଣସି ପ୍ରକାର ଅଭାବ କରାଯାଇନି ବୋଲି କହିଛନ୍ତି ଅଧ୍ୟକ୍ଷ  ।

ଗର୍ଭଗୃହ ଭଗବାନ ରାମଙ୍କ ସ୍ନାନ ଓ ଶୃଙ୍ଗାର ଜଳ ରହିଥାଏ  । ସାଧୁସନ୍ଥଙ୍କ ମତ ଅନୁସାରେ ଭଗବାନଙ୍କ ସ୍ନାନ ଜଳକୁ ଏକ କୁଣ୍ଡରେ ଏକତିତ୍ର କରାୟାଇଥାଏ  । ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦେଖି ତାଙ୍କୁ ସ୍ନାନ ଜଳ ଯୋଗାଇ ଦିଆଯାଏ  । ସେହିପରି ମନ୍ଦିରର ଚଟାଣ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି  ଯେ ପାଣି ସ୍ବତଃ ଚାଲିଯିବାର ବ୍ୟବସ୍ଥା ରହିଛି  । ମନ୍ଦିରରେ ମଣ୍ଡପର ଡାହାଣ ଓ ବାମ ପାର୍ଶ୍ବ ଖୋଲା ରହିଛି  । ଏଣୁ ପ୍ରବଳ ବର୍ଷା କାରଣରୁ ମଣ୍ଡପରେ ଛିଟା ପଡିପାରେ  । କିନ୍ତୁ ନିର୍ମାଣରେ ତ୍ରୁଟି କାରଣରୁ ମନ୍ଦିର ପରିସରକୁ ପାଣି ଆସିବା ଅସମ୍ଭବ କଥା   ।