ବିପଦ ହେବନି ତୃତୀୟ ଲହର, ଲୋକଙ୍କ ଶରୀରରେ ଅଧିକ ସୃଷ୍ଟି ହେଉଛି ରୋଗପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ରାଜ୍ୟରେ ଏତେଟା ପ୍ରଭାବ ପକାଇବ ନାହିଁ କରୋନାର ତୃତୀୟ ଲହର। କାରଣ, ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାରେ ଲାଗିଛି। ବୟସ୍କଙ୍କ କ୍ଷେତ୍ରରେ ୮୨ ପ୍ରତିଶତ ଓ ଶିଶୁଙ୍କ କ୍ଷେତ୍ରରେ ୫୪ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ଅଧିକାଂଶ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ତୃତୀୟ ଲହର ଆସିବା ସମ୍ଭାବନା କମ୍ ରହିଛି। ଆଗାମୀ ୩ରୁ ୪ ମାସ ସଚେତନ ରହିଲେ ଆଉ ସଂକ୍ରମଣ ଆସିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଯଦି ତୃତୀୟ ଲହର ଆସେ ତେବେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ଓ ତାଲିମ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗଧାଡ଼ିର ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ତାଲିମ ଦିଆଯାଇଛି। ଏବେ ୬ଟି ବ୍ୟାଚରେ ଶିଶୁ ଚିକିତ୍ସକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେପଟେ ଟିକାକରଣ ଉପରେ ଅଧିକରୁ ଅଧିକ ଫୋକସ୍ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟାପକ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।

Leave a Reply