ଅନେକ ଅନ୍ତର୍ଜାତୀୟ ମଡେଲର ଆକଳନ, ଅକ୍ଟୋବରରେ ହୋଇପାରେ ବାତ୍ୟା

1 min read

ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟା ସମ୍ଭାବନା । ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ । ସେହିପରି ECMWF ମଡେଲର ଆକଳନ ହିସାବରେ ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି ।

ହେଲେ ବାତ୍ୟା ସମ୍ଭାବନା କ୍ଷୀଣ ରହିଛି । ସିଏଫସ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ମୁହାଁଇବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ବାତ୍ୟା ଗୁଜବ ତଥ୍ୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।