ଟ୍ରାଫିକ ସମସ୍ୟା ପାଇଁ ହେଉଛି ୩ ପ୍ରତିଶତ ଛାଡ଼ପତ୍ର

1 min read

ମୁମ୍ବାଇ : ମୁମ୍ବାଇ ଭଳି ସହରରେ ୩ ପ୍ରତିଶତ ଛାଡ଼ପତ୍ରର କାରଣ ହେଉଛି ଟ୍ରାଫିକ୍ ସମସ୍ୟା । ଏ କଥା ଆମେ କହୁନାହୁଁ ବରଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଜଙ୍କ ପତ୍ନି ଅମୃତା ଫଡ଼ନାଭିଜ୍ ଏଭଳି ବୟାନ୍ ଦେଇଛନ୍ତି । ଏହାକୁ ନେଇ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ କିଭଳି ଜୀବନ ଅସ୍ତବ୍ୟସ୍ତ ହୋଇଛି ତାହାକୁ ନେଇ ସେ ଆଲୋଚନା କରିଛନ୍ତି । ଅନ୍ୟପଟେ ଅମୃତାଙ୍କ ମତକୁ ନେଇ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତିଯେ, ‘ଲଜିକ୍ ଅଫ୍ ଦ ଡେ’ । ଅବଶ୍ୟ ସେ ଏଥିରେ କାହାର ନାଁ ନେଇ ନଥିବା ଦେଖିବାକୁ ମିଳିଛି ।

 

ଟ୍ରାଫିକ ଜାମ୍ ଏଭଳି ଏକ ସମସ୍ୟା ସାଜିଛି ଯାହା ଦ୍ୱାରା ନିଜ ଲୋକଙ୍କୁ ସମୟ ମଧ୍ୟ ଦେଇ ହେଉନାହିଁ । ଏଥିପାଇଁ ମାୟାନଗରୀ ମୁମ୍ବାଇରେ ୩ ପ୍ରତିଶତ ଲୋକ ଡିଭୋର୍ସ ନେଉଛନ୍ତି । ତେବେ ନିଜେ ମଧ୍ୟ କିଭଳି ଏହି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ଅମୃତା । କିନ୍ତୁ ପ୍ରିୟଙ୍କାଙ୍କୁ ଏହି କଥା ପସନ୍ଦ ଆସିନାହିଁ ଏବଂ ସେ ଅମୃତାଙ୍କ ମଜାକ୍ ଉଡ଼ାଇଛନ୍ତି । ଏହା ସହିତ ଅମୃତାଙ୍କ ମତକୁ ମଜାକ୍ ବୋଲି କହିଛନ୍ତି ।

 

Leave a Reply