ରାଜ୍ୟରେ ଅଛନ୍ତି ୩୬ ଲକ୍ଷ ୩୬ ହଜାରରୁ ଅଧିକ ନାମମାତ୍ର ଚାଷୀ, ୨୦୧୫-୧୬ କୃଷି ଜନଗଣନା ଅନୁସାରେ ରିପୋର୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ରା ଚାଷୀ । ସେହିପରି ୮ ଲକ୍ଷ ୮୭  ହଜାର ୨୭୨ କ୍ଷୁଦ୍ର ଚାଷୀ ଅଛନ୍ତି । ୨୦୧୫-୧୬ କୃଷି ଜନଗଣନା ଅନୁସାରେ ଏକ ହେକ୍ଟରରୁ କମ୍ ଚାଷ ଜମି ଥିବା ଚାଷୀ ନାମମାତ୍ର ଓ ଏକରୁ ଦୁଇ ହେକ୍ଟର ଚାଷ ଜମି ଥିଲେ କ୍ଷୁଦ୍ର ଚାଷୀ ଭାବେ ଚିହ୍ନଟ କରାଯାଉଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ରବି ଚାଷରେ ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହେବ । ଏଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍ ରାଜ୍ୟର ଆବଶ୍ୟକତା ଅଛି । ହେଲେ ବାକି ୨୯ ଲକ୍ଷ ମେଟ୍ରିକ ଟନ୍ ଚାଉଳ କୁଆଡେ ଯିବ ବୋଲି ବିଜେଡି ବିଧାୟକ ଭୂପିନ୍ଦର ସିଂ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ କେନ୍ଦ୍ର ସହ ଆଲୋଚନା କରାଯାଉଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।