ବିଶ୍ୱରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଏବଂ ଦେଶରେ ୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଜାରି ରହିଛି କରୋନା ରାଜୁତି । ସାରା ବିଶ୍ୱରେ ଏଯାବତ୍ ମୋଟ ୧୬ ଲକ୍ଷ ୪ ହଜାର ୮୯୯ ଜଣଙ୍କ କବଳିତ କରିସାରିଲାଣି କରୋନା । ୯୫ ହଜାରରୁ ଊର୍ଦ୍ଦ୍ୱ ଲୋକ ମୃତ୍ୟୁବରଣ କଲେଣି । ଆଉ ୩ ଲକ୍ଷ ୫୬ ହଜାର ୬୭୩ ଜଣ ଲୋକ  କରୋନା କବଳରୁ ବର୍ତ୍ତିଗଲେ । ଯେଉଁମାନେ ଏବେ ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପାଲଟଛି ଆଶା ।

ଆମେରିକାରେ ହୁ ହୁ ହୋଇ ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ୪ଲକ୍ଷ ୬୮ ହଜାର ୮୮୭ ଜଣଙ୍କ ଲୋକେ ଆକ୍ରାନ୍ତ ହେଲେଣି । ଇତିମଧ୍ୟରେ ୧୬ ହଜାର ୬୯୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ସ୍ପେନ୍‌ ଓ ଇଟାଲୀରେ ମଧ୍ୟ ଜାରି ରହିଛି କରୋନାର ତାଣ୍ଡବ । ସ୍ପେନ୍‌ରେ ମୋଟ ୧ ଲକ୍ଷ ୫୩ ହଜାର ୨୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୪୪୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଏବେ ମଧ୍ୟ ଇଟାଲୀରେ ମୃତ୍ୟୁ ତାଣ୍ଡବ ଜାରି ରହିଛି । ସାରା ବିଶ୍ୱରେ କରୋନା ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଠାରେ ଏଯାବତ୍‌ ମୋଟ ୧୮ ହଜାର ୨୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧ ଲକ୍ଷ ୪୩ ହଜାର ୬୨୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଅପରପକ୍ଷରେ ଦେଶରେ ମୋଟ ୬ ହାଜର ୭୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୨୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଆଉ ୬୩୫ ଜଣ ସୁସ୍ଥ ହେଲେଣି ।

Leave a Reply