ବ୍ୟବସାୟ ଓ ଚାକିରିରେ ମିଳିପାରେ ପ୍ରଚୁର ଲାଭ

1 min read

ମେଷ : ଘରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । କୌଣସ ସ୍ଥାନକୁ ବଣଭୋଜି ପାଇଁ ଯାଇପାରନ୍ତି । ସ୍ୱାଦିଷ୍ଟ ଖାଦ୍ୟ ଆହାର କରିବେ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ବ୍ୟବସାୟ ବୃଦ୍ଧି ହେବ । ଆୟ ପାଇଁ ନୂଆ ଉପାୟ ଚିନ୍ତା କରିପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଂଶସା କରିପାରନ୍ତି । ନୂଆ ଉପାୟ ଆସିପାରେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ରହିବ । ଧନାର୍ଜନ ହେବ ।

ବୃଷ : ଦୁଃଖ ଖବର ମିଳିପାରେ । ବାଣୀରେ ସଂଯମତା ରକ୍ଷା କରନ୍ତୁ । ଏଥିସହ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶରୀରରେ ଅସୁସ୍ଥତା ଅନୁଭବ ହୋଇପାରେ । କାର୍ଯ୍ୟରେ ଅବହେଳା ଦେଖାଦେଇପାରେ । ବ୍ୟବସାୟ ଲାଭଦାୟକ ହେବ ।

ମିଥୁନ : ଚେଷ୍ଟା ସଫଳ ହେବ । ପରାକ୍ରମ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟ କରିବାର ସୁଯୋଗ ମିଳିପାରେ । ମାନ-ସମ୍ମାନ ମିଳିପାରେ । ବ୍ୟବସାୟରେ ବୃଦ୍ଧି ହେବ । ନିବେଶ ଶୁଭ ରହିବ । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିପାରେ । ଆୟ ବୃଦ୍ଧି ହେବ । ପ୍ରତିଦ୍ୱନ୍ଦିତା କରିପାରନ୍ତି । ଲାଭ ମିଳିପାରେ ।

ସିଂହ : ରୋଜଗାରରେ ଲାଭ ମିଳିପାରେ । ଚାକିରିରେ ପଦୋନ୍ନତି ମିଳିପାରେ । ବ୍ୟବସାୟିକ ଯାତ୍ରା ସଫଳ ହେବ । ଧନ ନିବେଶ କରିପାରନ୍ତି । ମନ ପ୍ରସନ୍ନ ରହିବ । କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଶାରୀରିକ କଷ୍ଟ ଅନୁଭବ ହୋଇପାରେ ।

କନ୍ୟା : ଅଯଥା ଖର୍ଚ୍ଚ କରିପାରନ୍ତି । ବିବାଦରେ ସ୍ୱାଭିମାନକୁ ଆଘାତ ଲାଗିପାରେ । ଅସୁସ୍ଥତା ଦେଖାଦେଇପାରେ । କୌଣସି ଅପରିଚିତ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ନାହିଁ । ବ୍ୟବସାୟ ଭଲ ହେବ । ଆୟ ବଢ଼ିବ ।

ତୁଳା : ବାକି ଥିବା ଟଙ୍କା ପ୍ରାପ୍ତ ହୋଇପାରେ । ବ୍ୟବସାୟିକ ଯାତ୍ରା ସଫଳ ହେବ । ଲାଭ ମିଳିପାରେ । ବେପାର-ବାଣିଜ୍ୟ ଲାଭଦାୟକ ହେବ । ଚାକିରିରେ ଅନୁକୂଳ ପରିସ୍ଥିତି ରହିବ । ଭାଗ୍ୟ ସହଯୋଗ ରହିବ । କୌଣସି ବଡ଼ କାର୍ଯ୍ୟ କରିବାକୁ ମନ ବଳାଇବେ । ଚିନ୍ତା ବଢ଼ିପାରେ ।

ବିଛା : ନୂଆ ଯୋଜନା କରିପାରନ୍ତି । କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ । ମାନସମ୍ମାନ ମିଳିପାରେ । ଆୟ ପାଇଁ ନୂଆ ଉପାୟ ଆସିପାରେ । ବେପାର-ବାଣିଜ୍ୟ ଲାଭଦାୟକ ହେବ । ସେୟାର ମାର୍କେଟ୍ କିମ୍ୱା ମିଚୁଆଲ୍ ଫଣ୍ଡରୁ ଲାଭ ମିଳିପାରେ । ପ୍ରେମ ପ୍ରସଙ୍ଗରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଥକ୍କାପଣ ଅନୁଭବ ହେବ । କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି ।

ଧନୁ : ଧର୍ମ-କର୍ମରେ ମନୋନିବେଶ କରିବେ । କୋର୍ଟକଚେରୀ ମାମଲାରେ ଲାଭ ମିଳିପାରେ । କୌଣସି ଜରୁରୀ କାର୍ଯ୍ୟରେ ବାଧା ଉପୁଜିପାରେ । ବେପାର-ବାଣିଜ୍ୟରେ ଲାଭ ମିଳିପାରେ । ପାରିବାରିକ ସହଯୋଗ ମିଳିବ । ମନ ପ୍ରସନ୍ନ ରହିବ । ଅନ୍ୟ ଲୋକଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

ମକର : ଯାତ୍ରାରେ ଅବହେଳା କରନ୍ତୁ ନାହିଁ । ଶାରୀରିକ ଯନ୍ତ୍ରଣା ମିଳିପାରେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଯାନବାହନ ଚଳାଚଳ କିମ୍ୱା କୌଣସି ଯାନ୍ତ୍ରିକ ବସ୍ତୁର ବ୍ୟବହାର ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ । ମୂଲ୍ୟବାନ ବସ୍ତୁର ଧ୍ୟାନ ନିଅନ୍ତୁ । ବ୍ୟବସାୟରେ ଲାଭ ହେବ । ଆୟ ମଧ୍ୟମ ଧରଣର ରହିବ ।