ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି ନକଲି ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି । ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି ନକଲି ବିଶ୍ବବିଦ୍ୟାଳୟ । କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ନୋଟିସ ଜାରି କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ଓଡ଼ିଶାରେ କୌଣସି ନକଲି ଶିକ୍ଷାନୁଷ୍ଠାନ ନଥିବାବେଳେ ଦେଶରେ ୨୦ଟି ନକଲି ବିଶ୍ଵବିଦ୍ୟାଳୟ ରହିଥିବା ୟୁଜିସି ପ୍ରକାଶ କରିଛି । ଏହି ବିଶ୍ବବିଦ୍ୟାଳୟ ଗୁଡିକ ପାଖରେ ଡିଗ୍ରୀ ସାର୍ଟିଫିକେଟ ଦେବାକୁ କୌଣସି ଯୋଗ୍ୟତା ନାହିଁ । ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ବବିଦ୍ୟାଳୟ ଥିବା ବେଳେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ୨ଟି ଲେଖାଏଁ ବିଶ୍ବବିଦ୍ୟାଳୟ ରହିଛି  । ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି । ସାର୍ଟିଫିକେଟ ଦେବା ପାଇଁ ସ୍ବତନ୍ତ୍ର ଅଧିନିୟମ ବଳରେ ବିଶ୍ବବିଦ୍ୟାଳୟ ମାନଙ୍କୁ ସାର୍ଟିଫିକେଟ ଦେବାକୁ କ୍ଷମତା ମିଳିଥାଏ  । ଏହି ଅଧିନିୟମ ଦ୍ବାରା କ୍ଷମତା ପ୍ରାପ୍ତ ନଥିବା ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ବବିଦ୍ୟାଳୟ କହିପାରିବେ ନାହିଁ ।