spot_img

Latest Posts

ଦିଗପହଣ୍ଡି ପାଟପୁର ଥାନା ଇଲାକାରେ ଚୋରି ; ନଗଦ ଦୁଇ ଲକ୍ଷ ପଞ୍ଚଷଠି ହଜାର ଟଙ୍କା ଲୁଟ୍

ନନ୍ଦିଘୋଷ ବ୍ୟୁରୋ : ଦିଗପହଣ୍ଡି ପାଟପୁର ଥାନା ଇଲାକାରେ ଚୋରି । ପାଟପୁର ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ବଢ଼େଇସାହି ରତିକାନ୍ତ ବସନ୍ତ କୁମାର ସାବତଙ୍କ ଘରୁ ବିଳମ୍ବିତ ରାତିରେ ବଡ଼ଧରଣର ଚୋରି ହୋଛି। ବାରିପଟ ଲୁହା କବାଟରେ ହୋଲ କରି ଘରେ ପଶି ଲୁଟିଲେ ନଗଦ ଦୁଇ ଲକ୍ଷ ପଞ୍ଚଷଠି ହଜାର ସହ ଚାରିଟି ମଙ୍ଗଳସୂତ୍ର, ସୁନା ମୁଦି, କାନ ଫୁଲ , ସୁନା ଚେନ ସମେତ ପ୍ରାୟ ୧୫ ତୋଳା ସୁନାଗହଣା ଲୁଟି ନେଇଛନ୍ତି। ପାଟପୁର ଥାନା ଠାରୁ କେଇ ମାତ୍ର ଦୂରରୁ ଚୋରି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଲଗାତାର ଚାରି ଦିନରେ ଦଶ ଘରୁ ସିରିଜ ଚୋରି ଚାଲିଛି । ସିଙ୍ଗିପୁର , ଖୋଲଡି , ଖଜୁରୀପଦାରୁ ରୁପା ସୁନା ଗହଣା ସହ ଟଙ୍କା ଚୋରି ହୋଇଥିବା ବେଳେ ପୁଣି ଥାନା ଠାରୁ କିଛି ଦୂରରେ ଚୋରି କରିଛନ୍ତି ଦୁର୍ବୃତ୍ତ ।

Latest Posts

Don't Miss