ଜଳନ୍ତା ଅଙ୍ଗାରରେ ଦୌଡୁ ଦୌଡୁ ପଡିଲେ ବ୍ୟକ୍ତି , ଚାଲିଗଲା ଜୀବନ, ଭାଇରାଲ ହେଉଛି ଭିଡ଼ିଓ

ନନ୍ଦିଘୋଷ ବ୍ୟୁରୋ : ଅଙ୍ଗାରରେ ଦୌଡୁ ଦୌଡୁ ପଡିଗଲେ ମାନସିକଧାରୀ, ଚାଲିଗଲା ଜୀବନ । ତାମିଲନାଡୁର ରାମନାଥପୁରମର କୁୟାବାଙ୍କୁଡିର ଏକ ମନ୍ଦିରରେ ‘ଥିମିଧି ଥିରୁଭିଝା’ ପରମ୍ପରା ଚାଲିଥିବା ସମୟରେ ଜଣେ ବ୍ୟକ୍ତି ଅଙ୍ଗାରରେ ଦୌଡୁ ଦୌଡୁ ହଠାତ୍ ପଡିଯାଇଥିଲେ  । ଏହି କାରଣରୁ ସେ ଗୁରୁତର ଭାବେ ପୋଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ  ।

ତେବେ ଏହି ଘଟଣାଟିର ଭିଡ଼ିଓ ମଧ୍ୟ ଏବେ ସାମ୍ନାକୁ ଆସିଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, କୁୟାବାଙ୍କୁଡିର ସୁବାୟା ମନ୍ଦିରରେ ଏକ ଉତ୍ସବ ଚାଲିଥିଲା । ଏଥିରେ ଏକ ପ୍ରଥା ପାଳନ କରାଯାଏ, ଯେଉଁଥିରେ ଭକ୍ତ ବା ମାନସିକଧାରୀମାନେ ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି । ଏହି ପରମ୍ପରା ଚାଲିଥିବା ବେଳେ ଜଣେ ୫୬ ବର୍ଷୀୟ ଯୁବକ କେଶବନ ଏହି ଅଙ୍ଗାର ଉପରେ ଦୌଡିବା ଆରମ୍ଭ କରିଦେଇଥିଲେ । ହେଲେ ଦୌଡିବା ମାତ୍ରେ ତାଙ୍କ ପାଦ ଖସିଯାଇଥିଲା ଏବଂ ସେ ତଳେ ପଡିଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାରକାରୀମାନେ କିଛି ସେକେଣ୍ଡ ମଧ୍ୟରେ ତାଙ୍କୁ ବାହାର କରି ଆଣିଥିଲେ, କିନ୍ତୁ କେଶବନ ଗୁରୁତର ଭାବେ ପୋଡି ଆହତ ହୋଇଯାଇଥିଲେ । ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଥିରେ ତାଙ୍କର ଦୁର୍ଭାଗ୍ୟବସତଃ ମୃତ୍ୟୁ ହୋଇଥିଲା । କେଶବନଙ୍କ ଅଙ୍ଗାରରେ ପଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।