spot_img

Latest Posts

ବିଶିଷ୍ଟ ନାଟ୍ୟକାର କାଶୀନାଥ ସାହୁଙ୍କ ପରଲୋକ, ଅର୍ଣ୍ଣପୂର୍ଣ୍ଣା ଥିଏଟରର ଦିନେ ଥିଲେ ବଛା କଳାକାର…..

ଶେଷ ଶଯ୍ୟାରେ ସତାୟୁ ନାଟ୍ୟକାର କାଶୀନାଥ ସାହୁ । ଆଜି ପିପିଲି ସ୍ଥିତ ନିଜ ବାସଭବନ ରେ ନାଟ୍ୟକାର କାଶୀନାଥ ସାହୁ ୧୦୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ଵର୍ଗତ କାଶୀନାଥ ହେଉଛନ୍ତି ପୁରୀସ୍ଥିତ ଅର୍ଣ୍ଣପୂର୍ଣ୍ଣ ରଙ୍ଗ ମଞ୍ଚ ର ଏକ ଭିନ୍ନ କଳାକାର, ଯେ କି ଓଡ଼ିଶା ରେ ପ୍ରଥମ କରି ପୁରୁଷ ହୋଇ ନାରୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହି ନେଉ ଥିଲେ । ତାଙ୍କ  ଅଭିନୟ ଏତେ ନିଖୁଣ ଥିଲା ଯେ ସେ ପାଇଁ ସେ ଅନେକ୍ ଗୁଡିଏ ସମ୍ମାନ ର ଅଧିକାରୀ ହୋଇ ପାରି ଥିଲେ । ତାଙ୍କ ପିଲା ଦିନେ ନାଟକ “ଧରମା ” କରି ସେ ଉଚ୍ଚ ପ୍ରଶଂସିତ ହୋଇ ଥିଲେ । ଏହି ନାଟକ ଟି ସେହି ସମୟରେ ଚହଳ ସୃଷ୍ଟି କରିଥିଲା ।

ଏଥି ସହିତ ସେ ଶହେ ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିଲେ । ତାଙ୍କ ଜନ୍ମିତ ମାଟି ନିକଟସ୍ଥ ହରିପୁର ହୋଇ ଥିବା ବେଳେ ସେ ପିପିଲି ବଜାର୍ ରେ ରହି ଏକ ସିନେମା ହଲ୍ କରିଥିଲେ । ଆହୁରି ମଧ୍ଯ ଶିକ୍ଷା ର ଉନ୍ନତି କ୍ଷେତ୍ରରେ ପିପିଲି ମହାବିଦ୍ୟାଳୟ, ଜବାହାର ଉଚ୍ଚ ବିଦ୍ୟାଳୟ ଏବଂ ପିପିଲି ଉଚ୍ଚ ବିଦ୍ୟାଳୟର ନିର୍ମାଣରେ ତାଙ୍କ ର ଅବଦାନ ଅତୁଳନୀୟ ଥିଲା । ସେ ଥିଲେ ଏମିତି ଏକ ପ୍ରତିଭା ଯେ କି ଅନ୍ୟର ଅସୁବିଧା ସମୟରେ ପାଖରେ ଛିଡା ହୋଇ ଯାଆନ୍ତି ।୦ ଆଜି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ବେଳକୁ ପାଖରେ ସମସ୍ତ ପୁଅ ବୋହୂ ନାତି ନାତୁଣୀ ଉପସ୍ଥିତ ଥିବା ବେଳେ ପିପିଲି ଅଂଚଳର ବହୁ ବ୍ୟକ୍ତି ଆସି ପିପିଲି ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଛନ୍ତି ।

Latest Posts

Don't Miss