spot_img

Latest Posts

ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: ଏଥର ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍‌। କରୋନା ଯୋଗୁ ଗତ ମାର୍ଚ୍ଚରୁ ହଲ୍ ସବୁ ବନ୍ଦ ରହିଥିବା ବେଳେ ଗତ ଅକ୍ଟୋବରରୁ ୫୦ପ୍ରତିଶତ ଦର୍ଶକରେ ଏହା ଖୋଲିଥିଲା। ହେଲେ ଏବେ ସିନେମା ହଲ ହେବ ହାଉସଫୁଲ୍। ହଲ୍‌ରେ ଦର୍ଶକ ସଂଖ୍ୟା ବଢ଼ାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କୋଭିଡ୍‌ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯେଉଁଥିରେ ଶତପ୍ରତିଶତ ଦର୍ଶନକରେ ସିନେମା ହଲ ଚାଲିବା ନେଇ ଉଲ୍ଲେଖ ରହିଛି।

ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍ ଖୋଲିବାକୁ ଅନୁମତି ମିଳିଛି। ହେଲେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ଏସ୍ଓପି ଜାରି କରିଛି। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହଲ୍‌ରେ ସାନିଟାଇଜର ରଖାଯିବା ସହ ହଲ୍ ପରିସରରେ ଛେପ ପକାଇବା ଉପରେ ବି କଟକଣା ଜାରି କରାଯାଇଛି। ସେହିପରି ହଲ୍‌କୁ ଆସୁଥିବା ସମସ୍ତ ଦର୍ଶକ ମୋବାଇଲ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯାଇଛି। ଏସବୁ ବାଦ୍ ଅନ୍‌ଲାଇନ ଟିକେଟ ବୁକିଂ ମଧ୍ୟ ଜାରି ରହିବ।

 

Latest Posts

Don't Miss