ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଡ୍ୟାନ୍ସରଙ୍କୁ ଠକି ଦେଲେ ଯୁବକ

ବଲାଙ୍ଗୀର: ଧୋକାବାଜ ବିଭୂଷଣ । ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଡ୍ୟାନ୍ସରଙ୍କୁ ଠକି ଦଲେ ଯୁବକ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର । ଚଟିଆପାଲିରେ ରହୁଥିବା ଡ୍ୟାନ୍ସର ମିନତି ସାହୁଙ୍କ ସ୍ବାମୀ କରୋନା ସମୟରେ ମୃତ୍ୟୁବରଣ କରିଥିଲେ । ସେବେଠୁ ନିଜ ଦୁଇ ଛୁଆଙ୍କ ସହ ରହୁଥିଲେ ମିନତି । ପ୍ରାୟ ଦେଢ଼ବର୍ଷ ତଳେ ମୃତ ସ୍ବାମୀଙ୍କ ସାଙ୍ଗ ବିଭୂଷଣ ପ୍ରଧାନର ନିକଟତର ହୋଇଥିଲେ ଲେଡି ଡ୍ୟାନ୍ସର । ପରେ ଉଭୟ ସହମତିରେ ଏକାଠି ରହିବା ଆରମ୍ଭ କଲେ । ଏହି ସମୟରେ ବିଭିନ୍ନ ବାହାନା ଦେଖାଇ ବିଭୂଷଣ ଡ୍ୟାନ୍ସର ମୀନତିଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ବିଭିନ୍ନ କିସ୍ତିରେ ନେଇଥିଲେ ।

କିନ୍ତୁ କିଛିଦିନ ହେଲା ବିଭୂଷଣ କାମରେ ଯାଉଛି କହି ଛୁ ମାରିଥିବା ଅଭିଯୋଗ ହୋଇଛି । ଏମିତିକି କନ୍ଧମାଳ ଅଞ୍ଚଳରେ ସେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ କରିଛନ୍ତି ମିନତି । ଆଉ ଟଙ୍କା ଫେରସ୍ତ ମାଗିଲେ କିମ୍ବା ଘରକୁ ଫେରି ଆସିବାକୁ କହିଲେ ବିଭୂଷଣ ଧମକ ଚମକ ଦେଉଥିବା ସେ କହିଛନ୍ତି । ଏନେଇ ବଲାଙ୍ଗୀର ଟାଉନ ଥାନାରେ ବି ମାମଲା ରୁଜୁ ହୋଇଛି । କେସ ନମ୍ବର ୩୯୫/୨୩ରେ ମାମଲା ରୁଜୁ କରି ପୋଲିସ ଦଫା ୨୯୪ ଓ ୫୦୬ ଲଗାଇଛି ।