ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ହେବ ବିତର୍କ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ହେବ ବିତର୍କ  । ଗତକାଲି ବିଲ୍ ଗୃହରେ ଆଗତ ହୋଇଥିବା ବେଳେ ଆଜି ବିଭିନ୍ନ ଦଳ ଏହି ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନ କରିବେ । କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ନିଜ ଦଳର ଅଭିବ୍ୟକ୍ତି ଉପସ୍ଥାପନ କରିବେ । ଲୋକସଭାରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ଆଇନରେ ପରିଣତ ହେଲେ ୨୦୨୯ରେ ମିଳିବ ଫାଇଦା । ଏହି ବିଲ୍କୁ ନାରୀଶକ୍ତି ବନ୍ଦନ ଅଧିନିୟମ ଭାବେ ନାମିତ କରାଯାଇଛି । ଆଇନ୍ କାର୍ଯ୍ୟକାରୀ ହେଲେ ଲୋକସଭାରେ ୧୮୧ ଜଣ ରହିବେ  ମହିଳା ସାଂସଦ । ବିଲରେ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ । ପୁଣି ସଂରକ୍ଷଣ ପାଇଁ ଆଉ ଥରେ ନୂଆ କରି ବିଲ୍ ଆଣିବାକୁ ପଡ଼ିବ । ତେବେ ରାଜ୍ୟ ସଭା ଓ ଯେଉଁ ରାଜ୍ୟରେ ବିଧାନପରିଷଦ ରହିଛି, ସେଠାରେ ଏହି ସଂରକ୍ଷଣ ଲାଗୁ ହେବ ନାହିଁ ।Parliament Special Session LIVE updates: 'Socialist, secular' missing in  preamble, distributed in Lok Sabha, says Cong | Mint

ନୂଆ ବିଧେୟକରେ ଗୋଟିଏ ବଡ଼ କଣ୍ଟା ରହିଛି । ଲୋକସଭାରେ ପରିସିମନ ପରେ ହିଁ ଏହି ବ୍ୟବସ୍ଥା ଲାଗୁ ହୋଇପାରିବ  । ତେବେ ଜନଗଣନା ନହେଲା ପର୍ଯ୍ୟନ୍ତ ଲୋକସଭାରେ ପରିସିମନ ହୋଇପାରିବ ନାହିଁ । ଅର୍ଥାତ ଜନଗଣନା ପରେ ସଂସଦୀୟ କ୍ଷେତ୍ର ପୁନଃନିର୍ଧାରିତ ହେବ । ତାପରେ ହିଁ ଏହି ଆଇନ୍ କାର୍ଯ୍ୟକାରୀ ହେବ  । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା  । ତେଣୁ ୨୦୨୬ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ୨୦୨୯ ଲୋକସଭା ନିର୍ବାଚନ ବେଳକୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବ ବୋଲି ଆଶା କରାଯାଉଛି  ।