spot_img

Latest Posts

ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମିଳିଲା ମହିଳାଙ୍କ ପରିଚୟ

ବାରିପଦା: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମିଳିଲା ମହିଳାଙ୍କ ପରିଚୟ। ମହିଳାଙ୍କ ଘର ମରୋଡା ଥାନା ଅନ୍ତର୍ଗତ ଛୋଟରାୟପୁର ଅଞ୍ଚଳରେ ମହିଳା ଜଣକ ହେଉଛନ୍ତି ପ୍ରଭାତି ମହାନ୍ତ ବୋଲି ଜଣାପଡିଛି। ମହିଳାଜଣଙ୍କ ବାପଘର ଜାମଶୁଳିରୁ ଶାଶୁଘର ମୋରଡା ଥାନା ଅଞ୍ଚଳକୁ ଯିବା ସମୟରେ ଅଟୋରେ ବାତ ରୋଗର ଶିକାର ହୋଇଥିଲେ। ସେ ନିଶାଶକ୍ତ ଥିବାରୁ ସମ୍ଭବତ ଅଟୋରେ ଥିବା ଲୋକମାନେ ତାଙ୍କୁ ଓହ୍ଲାଇଦେଇ ପଳାଇଥିଲେ।

ଯାହାକୁ ସ୍ଥାନୀୟ ଲୋକେ ଫୋପାଡିବା ରୂପ ଦେଇଛନ୍ତି ବୋଲି ଆଇଆଇସି ପ୍ରେମଦା ନାୟକ କହିଛନ୍ତି। ତେବେ ଅଟୋ ଚାଳକ କିମ୍ବା ଅଟୋର କୌଣସି ସୂଚନା ମିଳିନଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ନେଇ ପୁଲିସ ସୂଚନା ଦେଇଛି। ଗତକାଲି ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାରେ ଥିବା ବୁଦୁବୁଦିଆ ଜଙ୍ଗଲରେ ମହିଳାଙ୍କୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ଗାଈ ଜଗୁଆଳମାନେ ଦେଖି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଲୋକେ। ପୋଲିସ୍ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲା।

Latest Posts

Don't Miss