ଜନ୍ମ କଲା ଝିଅକୁ ଛାଡ଼ି ଅନ୍ୟ ଜଣଙ୍କ ପୁଅକୁ ଧରି ଛୁ ମାରିଲେ ମହିଳା, ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

1 min read

ବଲାଙ୍ଗିର: ସାମ୍ନାକୁ ଆସିଲା ବଲାଙ୍ଗିର ଶିଶୁ ଚୋରିର ସିସିଟିଭି ଫୁଟେଜ । ଚଞ୍ଚକତା କରି ନିଜ ଜନ୍ମ କଲା ଝିଅକୁ ଛାଡି ଅନ୍ୟ ଜଣକ ପୁଅକୁ ନେଇ ଫେରାର ମାରୁଛନ୍ତି ମହିଳା I ମହିଳା ଜଣକ ହେଲେ ବିଶାଖା ପୁଟା I ଯୋଜନା ମୁତାବକ ସ୍ଵାମୀ ଶରତ ପୁଟା ଜାଣିଶୁଣି ଷଡଯନ୍ତ୍ର ରଚିଥିଲା I ନିଜ ଜନ୍ମକଲା ଝିଅ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ପୁତ୍ର ଲୋଭରେ ଅନ୍ୟର ସନ୍ତାନକୁ ଧରି ଫେରାର୍ ମାରିଥିଲେ ଦମ୍ପତ୍ତି I କେମିତି SNCUରୁ ନବଜାତ ଶିଶୁ ପୁତ୍ରକୁ ନେଇ ଫେରାର ମାରୁଛନ୍ତି ମହିଳା ତାହାର୍ EXCLUSIVE ଫୁଟେଜ ନନ୍ଦିଘୋଷ ଟିଭି ହାତରେ ଲାଗିଛି I ନିଜର ଝିଅ ଜନ୍ମ ହୋଇଥିବା ଜାଣିଶୁଣି SNCUରୁ ଶିଶୁ ପୁତ୍ର ଚୋରି କରିନେଇଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସାହାଜପିଟା ଗାଁର ଶରତ ପୁଟା ଓ ବିଶାଖା ପୁଟା I କାଳେ କିଏ ଦେଖି ଦେବ ସେନେଇ ମେଡିକାଲ ବାହାରୁ ଏକ ଅଟୋ ରିକ୍ସା ଭଡା କରି ଗାଁକୁ ନେଇ ଚାଲିଯାଇଥିଲେ I ଗଣମାଧ୍ୟମରୁ ଶିଶୁ ପୁତ୍ର ଚୋରି ଖବର ପାଇବା ପରେ ଭୟରେ ଗାଁ ନିକଟସ୍ଥ କିଚେରମାଲ ଜଙ୍ଗଳରେ ଲୁଚିଥିଲେ I ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଶିଶୁକୁ ଉଦ୍ଧାର କରିଥିଲା I ଶିଶୁ ପୁତ୍ରର ଅବସ୍ଥା ଗୁରୁତର ରହିଛି I ତାକୁ ଆଇସିୟୁରେ ରଖାଯାଇଛି I