ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ବୈଠକ ଅନୁଷ୍ଠିତ ହେବ  । ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ ତାରିଖ ଯାଏ ବସିବାକୁ ଥିବା ଅଧିବେଶରେ ୩୦ଟି କାର୍ଯ୍ୟଦିବସ ରହିଛି । ସମସ୍ତଙ୍କ ସହଯୋଗରେ ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ଗୃହ ଚଳାଇବା ପାଇଁ ବୈଠକରେ ଆଲୋଚନା ହେବ ।

ସେହିପରି ଉପବାଚସ୍ପତି ପଦ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଦିନ ୧୨ଟା ଯାଏ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ୨୧ ତାରିଖ ଦିନ ସକାଳ ୯ଟା ୩୦ ମିନିଟରେ ଉପବାଚସ୍ପତି ନିର୍ବାଚନ ହେବ । ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ପଦଟି ଖାଲି ପଡ଼ିଛି ।