ସ୍ୱାଧିନତା ଦିବସରେ ସାମାନ୍ୟ କୋହଳ କଟକଣା, ପୁରୀ-ଭୁବନେଶ୍ୱର-କଟକରେ ଲାଗୁ

ଭୁବନେଶ୍ୱର: ଅଗଷ୍ଟ 15 ପାଇଁ ରାଜ୍ୟରେ ସାମାନ୍ୟ କୋହଳ ହୋଇଛି କଟକଣା । ସାମାନ୍ୟ ହେଲା ସଟଡାଉନ କଟକଣା । ଜାତୀୟ ପତାକା ଉତ୍ତୋଳନ ପାଇଁ 5 ଘଣ୍ଟା କୋହଳ ହୋଇଛି । କେବଳ ପୁରୀ ଭୁବନେଶ୍ୱର ଏବଂ କଟକରେ ଏହି କଟକଣା କୋହଳ ହୋଇଛି । ଯେହେତୁ ରାଜ୍ୟରେ କେବଳ ଏହି ତିନୋଟି ସହରରେ ସଟଡାଉନ କଟକଣା ବଳବତ୍ତର ରହିଥିଲା । ତେଣୁ ରାଜ୍ୟ ସରକାର ସ୍ୱାଧିନତା ଦିବସ ଅବସରରେ ଏହି କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ।
ଅଗଷ୍ଟ ୧୫ ଦିନ 11ଟା ଯାଏ କୋହଳ ହୋଇଛି କଟକଣା । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ ସର୍ବାଧିକ 10ଜଣ । କେବଳ ଭୁବନେଶ୍ବର, କଟକ ଓ ପୁରୀ ସହରରେ କଟକଣା ଲାଗୁ ହୋଇପାରିବ । ଅନ୍ୟ ସ୍ଥାନରେ ସର୍ବାଧିକ 20ଜଣ ସାମିଲ ହୋଇପାରିବେ । ଏବଂ କାର୍ଯ୍ୟକ୍ରମରେ କୋଭିଡ କଟକଣା ଓ ସାମାଜିକ ଦୂରତା ବାଧ୍ୟତାମୂଳକ ଭାବେ ରଖାଯାଇଛି ।